Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanjay Dash

Romance

3  

Sanjay Dash

Romance

ତୁମରି ପ୍ରତୀକ୍ଷାରେ

ତୁମରି ପ୍ରତୀକ୍ଷାରେ

1 min
6.3K


  ମୁଁ
ଅଲୋଡା ଅପଢା ଅଦେଖା ଅଛୁଆଁ
ଇତିହାସର ପୃଷ୍ଠାଟିଏ
ପଢି ରହିଛି କେତେ କାଳୁ
ତୁମରି ପ୍ରତୀକ୍ଷାରେ ।
ଋତୁଚକ୍ରର ଘୂର୍ଣ୍ଣୟମାନ ବଳୟରେ
ଖରା ଶୀତ ବର୍ଷା ବସନ୍ତ ଫଗୁଣ
ମୋ ଦେହକୁ ଛୁଉଁଥାଏ ସମସ୍ତଙ୍କ ଅଲକ୍ଷ୍ୟରେ ।  
ଭାବନାରେ ଘୂର୍ଣ୍ଣିଝଡ ଅଗ୍ନିର ସ୍ପୁଲିଙ୍ଗ
ଅନ୍ତର୍ବିପ୍ଳବ ଆନ୍ତର୍ଦାହ ଖଣ୍ଡପ୍ରଳୟ
ମୁଁ ନୀରବ ଦର୍ଶକ
ସୃଜନୀର ନବ ପ୍ରଭାବରେ
ଆଖି ସାମ୍ନାରେ ଉଜୁଡି ଯାଏ ସୁନାର ଫସଲ ।
ମୋ ଭିତରେ ମୁଁ ଗୁମୁରୁ ଥାଏ କୁହୁଳୁ ଥାଏ
ଗୁଡ଼ାଏ ଅକୁହା ଯନ୍ତ୍ରଣାକୁ
ଲଦି ଦେଇ ମୋ ଫୁଙ୍ଗୁଳା ଛାତିରେ ।
ମୋ ଭିତରେ ମୁଁ ମାରୁଥାଏ
ଥରଥର ପ୍ରତିଥର
ପୁନଶ୍ଚ ହୁଏ ନବଜନ୍ମ
ତୁମରି ପ୍ରତୀକ୍ଷାରେ
ମୋ ଦେହରୁ ମର୍ମଭେଦୀ ନୀରବତାର ପ୍ରତିଧ୍ଵନି ପ୍ରଲମ୍ବି ଯାଉଥାଏ
ଅନ୍ତରୀପରୁ ଅନ୍ତରୀକ୍ଷ ଯାଏଁ ।


Rate this content
Log in