Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୬୬

ଜୀବନ ଗୀତା- ୬୬

1 min
6.3K


ଜୀବନ ଗୀତା- ୬୬
 
ଜୀବନ ବେଳାରେ ସ୍ମୃତିର ଶାମୁକା
ମୁକୁତା ଯାଇଛି ହଜି
କର୍ପୁର ଉଡିଛି କନା ପଡିଅଛି
ନିରାଶ ମୁଁ ଖୋଜିଖୋଜି ॥୦॥
 
ସୁନାର ମିରିଗ ପଛରେ ଗୋଡାଇ
ବିତିଲା ସମୟ ମୋର
ଲକ୍ଷ୍ମଣ ରେଖାକୁ ଡେଇଁ ମୁଁ ଆସିଲି
ନ ରଖି ମନରେ ଡର
ସେଇ ଡର ମତେ ଡରାଉଛି ଏବେ
ରାକ୍ଷସ ରାବଣ ସାଜି ॥୧॥
 
ଯାତନା ଜୁଇରେ ଜଳୁଛି ଜୀବନ
କିଏବା କାହାର ସାଥୀ
ସୁଖବେଳ ବନ୍ଧୁ ଦୁଃଖରେ ଉଭାନ୍
ଇଏ ତ ସଂସାର ରୀତି
ଆଶାର ବଳୟ ତମସା ଘେରରେ
ଲୁଚି ତ ଯାଇଛି ଆଜି ॥୨॥


Rate this content
Log in