Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ତୁମ ବିନା

ତୁମ ବିନା

1 min
6.9K


ଶର୍ମିଷ୍ଠା ମହାନ୍ତି


କୁହ ତ ତୁମେ

ମୋ ମନ ହଂସୀକୁ

କେମିତି ବୁଝାଇବି ମୁହିଁ

ତୁମ ବିନା

ଦିନିଆରେ କିଛି ଜାଣେ ନାହିଁ ।

ମୋ ମନ କପୋତୀ

ଆଜି ଝୁରିଝୁରି ମରେ

ମନେପଡ଼େ ଆଜି ଭାରି

ତୁମ ପ୍ରୀତି ଅନୁରାଗ

ତୁମେ କୁହ !

କିପରି କାଟୁଛ ତୁମେ

ମୋ ବିନା ଜୀବନ !

ତୁମ ବିନା

ନିର୍ମଳ ଆକାଶର

ଝିଲିମିଲି ତାରାଫୁଲ

ଜହ୍ନର ଶୀତଳ ପରଶ

ଆଜି ଛୁଏଁ ନାହିଁ ମନ

ଗୋଲାପ ଫୁଲଟି ଆଜି

ଦୁଃଖେ ଗଲାଣି ଝାଉଁଳି

ମନ ବୀଣା ଏଠି

ହୁତାଶନେ ଜଳେ ।

ତୁମ ବିନା

ଭଲପାଇବାର

ମାନେ କିଛି ନାହିଁ

ଚାଲିଆସ ସାଥୀ ମୋର

ଏ ବିଜନ ବେଳାରେ

ତୁମେ ଆସିଲେ

ଗୁଞ୍ଜରିତ ହେବ ପୁଣି

ପ୍ରେମ ସମ୍ଭାଷଣ

ଖୁସିର ଫଲଗୁରେ ।।


Rate this content
Log in

Similar oriya poem from Classics