ଅଜା ଆଇଙ୍କର ସାବିତ୍ରୀ ଓଷା
ଅଜା ଆଇଙ୍କର ସାବିତ୍ରୀ ଓଷା
କେତେ ମଜା ସତେ ଆଜି ଦିନଟି ,
ଅଜା ଆଇଙ୍କର ଖୁସି ମନଟି,
କରିବେ ସାବିତ୍ରୀ ଓଷା,
ଆଇ ପୂଜିବେ ତ ଅଜାଙ୍କୁ ଆଜି
ସାବିତ୍ରୀ ଅମାବାସ୍ୟା ।
ସତ୍ୟବାନ ସବିତିରି ପୂରାଣ,
ଆଇ ଶୁଣେ ଡେରି ତାହାରି କାନ,
ସାବିତ୍ରୀଙ୍କ ପତି ଭକ୍ତି,
ଅଜାଙ୍କୁ ଆମର କରିବେ
ବୋଲାଇ ମହାସତୀ ।
ରାଗିଥିଲେ ସିନା ଝାଡୁକୁ ଧରି,
ଦେଉ ଥାଏ ଅଜା ପିଠିରେ ମାରି,
ଦେଇ ଦୁଇ ପଦ ଗାଳି,
ଖାଇବା ନଦେଇ ଚୁଟି ଧରି ତାଙ୍କ
କରୁଥିଲା ସାଥେ କଳି ।
ଗଢି ମୁଗସିଝା ମଣ୍ଡା କାକରା,
ପଣସ କଦଳୀ ନଡିଆ କୋରା,
ଆମ୍ବ ଆଣିଛି ଆହୁରି,
ଚନ୍ଦନ କଜ୍ଜଳେ ଅଜାଙ୍କୁ ସଜାଇ
ଆସିବ ମୁଣ୍ଡିଆ ମାରି ।
ଅଜା ବସିଥାନ୍ତି ଚୁପ୍ ହୋଇ,
ଯାହା ଦେଲେ ତାହା ଦିଅନ୍ତି ଖାଇ,
ଆଜି ଶାନ୍ତ ଥାଉ ଆଇ,
ନହେଲେ କାଲିକି ଛାଞ୍ଚୁଣି ପାହାର
ବସିବ ଚୁଟି ଘେରାଇ ।
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ ପିନ୍-୭୬୧୧୦୫
ମୋବାଇଲ୍-୯୮୬୧୭୩୨୨୫୬
E-mail- sahusubhakanta@gmail.com