Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଜୀବନ ଯେଉଁଠି ଅଲୋଡା

ଜୀବନ ଯେଉଁଠି ଅଲୋଡା

1 min
171


ରାଜା ରଙ୍କ ଯହିଁ ଏକାଠି ଶୁଅନ୍ତି ଇଶ୍ୱରଙ୍କ ଭିଆଣ

ଜୀବନ ଶେଷରେ ଦିନକ ପାଇଁ ହୁଅନ୍ତି ସେଠି ମିଳନ ।

ମୁର୍ଦାର ଖାନା ସେହି ସ୍ଥାନଟି ବନ୍ଦ କବାଟ ତା'ର

ଜୀବନ ଗଲେ ଅଲୋଡା ମଣିଷ ପାଇଁ ସରଗ ପୁର ।

ମଶାଣି ଭୂଇଁ ର ପରିବେଶ ସେଠି ଅବ୍ୟବସ୍ଥିତ ସବୁ

କ୍ଷମତା ବଳରେ କେହି କାହାକୁ କରି ନପାରେ କାବୁ ।

ଜୀବନ ମରଣ ଦୁଇଟି ଶବ୍ଦ ପରିପୂରକ ଦୁହେଁ

ତଥାପି ମଣିଷ ମଣିଷ ନଚିହ୍ନେ ଆଖି ତରାଟି ଚାହେଁ ।

ଏ ଦୃଶ୍ୟ ଦେଖି ସଚେତନତା ଆସିବ ନାହିଁ ଯଦି

କମେଇବାର ନିଶା ଅସରନ୍ତି ମୁଣ୍ଡରେ ରଖିବ ଲଦି !

ଜୀବନ ଆମ ଅଢେଇ ଦିନିଆ ବଡେଇ କାହିଁକି ଏତେ

ଆଲେକଜାଣ୍ଡାର୍ ନେପୋଲିୟନ୍ ମାମୁଦ ସାଥିରେ ନେଲେ କେତେ !

ସୁଧୁରି ଯାଅ ମନରେ ହେଜ ଅମୃତର ସନ୍ତାନ

ପୂରୁବ ଶୂରୀ ମନ୍ତ୍ର ଦେଇଛନ୍ତି 'ସର୍ବେ ଭବନ୍ତୁ ସୁଖିନ' ।



Rate this content
Log in