Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Others

3  

Sadananda Sahoo

Others

ସ୍ଵର୍ଣ୍ଣ ମୟୀ ମାଆ ଭାରତୀ

ସ୍ଵର୍ଣ୍ଣ ମୟୀ ମାଆ ଭାରତୀ

1 min
13.4K



ବିଶ୍ଵ ବିଦିତ ଭାରତୀର ଚିତ୍ର

ଅପୂର୍ବତା' ରୂପକାନ୍ତି ,

ସୁଜଳା ସୁଫଳା ମା'ଶସ୍ୟ ଶ୍ୟାମଳା

ଦୂର କରେ ସର୍ବ କ୍ଳାନ୍ତି ! !


ଅଖଣ୍ଡ ଭୂଖଣ୍ଡ ଏକତା ପ୍ରତୀକ

ମାଅାର କୁହୁକ ମନ୍ତ୍ର ,

ବିଭିନ୍ନତା ଭାବ ହୁଏନା ପ୍ରତୀତ

ସମନ୍ଵୟେ ଧର୍ମ ଶାସ୍ତ୍ର ! !


ଭାରତୀ ଶାସ୍ଵତୀ ଅପୂର୍ବତା'କୀର୍ତ୍ତି

ଜାଣିଛି ଏ ସାରା ବିଶ୍ଵ ,

ଅହିଂସାର ମନ୍ତ୍ର ତା'ର ବ୍ରହ୍ମଅସ୍ତ୍ର

ଶତୃ ମଣେ ମୁଁ'ଯେ ନିଃସ୍ଵ ! !


ମାଅା ଭାରତୀର ଯୋଗ୍ୟତମ ସୁତ

ମହାତ୍ମା ନାମରେ ଖ୍ୟାତ ,

ଝୁରୁଛି ଭାରତ ଝୁରୁଛି ଏ ଵିଶ୍ଵ

ଶତ ଶତ ପ୍ରଣିପାତ ! !


ମାଅା ସରସ୍ଵତୀ ମାଅା ବୀଣାପାଣି

ମାଅାର ଶାଶ୍ଵତ ରୂପ ,

ବିଦ୍ୟା ପ୍ରଦାୟିନୀ ମଙ୍ଗଳ କାରିଣୀ

ବେନିକର ଯୋଡେ ନୃପ ! !


ବିଜୟର ଝଣ୍ଡା ମାଅା ହସ୍ତେ ଖଣ୍ଡା

ଖଡଗ ଖପର ଧାରୀ ,

ଅନ୍ୟାୟ ଅନୀତି ସହ୍ୟସେ' କରେନି

ଶତୃ ନାଶେ ଆଗଭରି ! !


ମନ୍ଦିର ମାଳିନୀ ସ୍ଵର୍ଣ୍ଣବିଭାବରୀ

ଭାରତୀ ମାଅାର ପ୍ରୀତି ,

ତ୍ରିରଙ୍ଗା ପତକା ବିଜୟର ଟୀକା

ମାଅାର ଅଭୁଲା ସ୍ମୃତି ! !


ସ୍ଵର୍ଣ୍ଣ ଆଭୁଷଣା ସମ୍ପଦରେ ଗୁଣା

ଅଶେଷ ବିଭବ ରାଜି ,

ଅସରନ୍ତି ଧନ ରଖିଛି ସାଇତି

ଗୁପ୍ତଧନ ଖୋଜି ଖୋଜି ! !


ହେ ମାଅା ବିଜୟା ମହିଷାମର୍ଦ୍ଦିନୀ

ସର୍ବ ଦେବଗଣ ଶାନ୍ତି ,

ବିଜୟର ପର୍ବ ପାଳୁଛି ଭାରତ

ସାଇତି ରଖିଛି କୀର୍ତ୍ତି ! !


ସଦାନନ୍ଦ ସାହୁ ,

ଧୁରୁଷୀଆ , ଆଠଗଡ଼ , କଟକ


Rate this content
Log in