Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

3  

Neelima Nivedita Behera

Romance

ପ୍ରେମ

ପ୍ରେମ

1 min
6.5K


 ଭେଟିଥିଲି ଅକସ୍ମାତ୍

ଜୁନ୍ ମାସର ଖଣ୍ଡିଆ ପିଣ୍ଡାରେ;

ସେଇଦିନ ହିଁ ଝୁଣ୍ଟିଥିଲି

ପ୍ରଥମ କରି ତାକୁ ମୁଁ

ଫଗୁଣର ଫୁଲ ପକା ଘରେ ।

ସେ ରୋମାଞ୍ଚ /ସେ ଯନ୍ତ୍ରଣା /ସେ ଶିହରଣ

ଓଃ ! କୌଣସି ନିଶା ଠାରୁ କମ୍ ଥିଲା କି ?

ଯେତେଥର ଖୋଜିଛି ମୋ ରୁଧିର ଠିକଣା

ଆଖିର ଲୋତକ ଦେଇ

ସେତେଥର କିନ୍ତୁ ହେଇଛି ମୁଁ ବାଟବଣା ।

ଶୁଣିଥିଲି .... ଲୁଚିଛି ଏବେ ସେ

ତୁଳାଭିଣା ବାଦଲ ଉହାଡ଼ରେ

ପାଟିରେ ମୋ ଥୁକୁଲ୍ ପକେଇ;

ହେଲେ ମନ କୋଉ ମାନୁଛି ?

ଚାହିଁରହିଛି ଫେରିବା ବାଟକୁ ତା’ର

ଯାଇଛି ହାତେ ମୋ କଣ୍ଟ ଧରେଇ #ନୀଳନୀରବତା


Rate this content
Log in

Similar oriya poem from Romance