Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sharmistha Sahu

Others

3  

Sharmistha Sahu

Others

ଭୋର୍

ଭୋର୍

1 min
6.7K


ତୁମେ ଛୁଇଁ ଦେଲେ ମୁଁ କୁହୁଡି |

କୁହୁଡିରେ ଦିଶେନାହିଁ

ଶାଗୁଆ ଘାସ ଓ ପାଦତଳର ମାଟି |

ଧୀରେଧୀରେ ପାଦ ପକାଅ ,

ମୁଁ ନିଜେ ଜାଣେନା

କେଉଁଠି ସରେ ମୋ ପୃଥିବୀ |

ମୋର ସମସ୍ତ କଳ୍ପନା ଦେଇ

ମୁଁ ଗଢ଼େ ତୁମର

ଶତରଂଗୀ ଦେହ |

ପଳାସ ଜଳୁଥାଏ,

ସେଇ ଆଲୁଅରେ ଲେଖେ ମୁଁ

ତୁମ ପାଇଁ ଅମରପ୍ରେମର ଗପ |

ତୁମକୁ ଭଲ ଲାଗେ ଭୋର୍ 

ଏବଂ ତାର ନିକାଂଚନ ମାୟା ||

ମୋ ଦେହରେ ସଂଚୟ କରେ ମୁଁ 

ଘନ ନିର୍ଜନତା |

ଏଇ ତ ତୁମ ଓଠରେ 

ବୁନ୍ଦାଏ କାକର !

ଲାଜରେ ଢଳ ଢଳ ଆଖି !

କାହାକୁ ଛୁଇଁଲ ତୁମେ ?

ଅଦୂରରେ ଠିଆ ଆତ୍ମନିର୍ବାସନର ରାତି |

ଫ୍ରେମ୍ ବନ୍ଧା ଜୀବନରୁ

ଥରେ ଓହ୍ଲାଇ ଆସନା !

ଅଦୃଶ୍ୟ ହୋଇଯାଏ ପଛେ

ଥରେ ସତକୁ ସତ

ମୋତେ ଛୁଇଁ ଦିଅନା !

.................................

--ଶର୍ମିଷ୍ଠା ସାହୁ 


Rate this content
Log in

More oriya poem from Sharmistha Sahu