Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Others

3  

Mamatamanjari Das

Others

ନୀରବ ସମ୍ମତି

ନୀରବ ସମ୍ମତି

1 min
6.7K


ଯେଉଁଦିନ ଦେଲ ମଥାରେ ସିନ୍ଦୂର

ସେଦିନ ଠୁ ହେଲି ତୁମର

ତନୁ ମନ ହୃଦ ସମର୍ପିଲି ସାଥୀ

ହେଲି ତୁମ ଗଳାହାର ।      

ପରିଚୟ ମୋର ବଦଳି ବି ଗଲା

ବଦଳି ଗଲା ମୋ ଠିକଣା

ମୋ ମଥା ସିନ୍ଦୂର ହେଲା ପରିଚୟ

ଭୁଲିଲି ମୋ ଜନ୍ମ ଅଗଣା ।

ତୁମ ପ୍ରଣୟର ଘର ମୋପାଇଁ ମନ୍ଦିର

ହୋଇଗଲା ସେବେଠାରୁ

ସିନ୍ଦୂର ମୋ ହେଲା ନୀରବ ସମ୍ମତି

ଆମ ପ୍ରେମ ପ୍ରଣୟର ।

ନୀରବ ନିଶଦ୍ଦ ନୀଶିଥେ ଗୋ ତୁମେ

ଯେବେ ଆସିଥିଲ ମୋ ହୃଦୟ ଝରକା ଡେଇଁ

ସେବେଠୁ ତୁମକୁ ଭୁଲି ମୁଁ ପାରିନି

ହୃଦୟେ ରଖିଛି ନେଇ ।  

ସମ୍ପର୍କଟା ସିନା ଦୁଇ ଆତ୍ମାର ମିଳନ

ହେଲେ ନାମ ତାର ଆରଧନା

ତୁମେତ ମୋପାଇଁ ଦିବ୍ୟ ଉପହାର

ଆଉସବୁ ବୃଥା ସିନା ।

      ମମତା ମଞ୍ଜରୀ ଦାସ ,କଟକ           


Rate this content
Log in