Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

5.0  

Kamal Kumar Dash

Others

ହସିବାକୁ ଜାଗା ରଖିବା

ହସିବାକୁ ଜାଗା ରଖିବା

1 min
316



ଯେମିତି ହେଲେ ବି   ଘରର କଣରେ 

  ହସିବାକୁ ଜାଗା ରଖିବା 

ଘର ଅଗଣାରେ     ସୁରୁଜ କିରଣ 

   ଆସିବାକୁ ଜାଗା ରଖିବା ।


ଛାତ ଉପରେ ଚଢି   ଅନ୍ଧାର ରାତିରେ 

   ଗୋଟି ଗୋଟି ତାରା ଗଣିବା 

ଚାନ୍ଦିନୀ ରାତିରେ   କେବେବି ଖୁସିରେ  

   ଚାନ୍ଦ ଛୁଇଁ ବାକୁ ଦେଖିବା ।


ବରଷା ପାଣିରେ  ଭିଜି ଭିଜି କେବେ 

   ଡ଼ଙ୍ଗା ପଛେ ପଛେ ଧାଇଁବା 

ଭଲ ପାଗ ଥିଲେ  ସାଙ୍ଗଙ୍କ ସାଥିରେ 

  ମିଶିକି ଗୁଡ଼ି ଉଡାଇବା ।


ଘରର ଆଗରେ   ଗଛଟେ ରଖିବା  

   ଚଢେଇ ବସିବା ପାଇଁ 

ତାଙ୍କ ଗୀତ ଶୁଣି   ତାଙ୍କରି ସାଥିରେ 

   ହସିକି ଗାଇବା ପାଇଁ ।


ଖୁସି ଖୁସି ମାନେ ରହିବ ଶିଖିବା 

   ଦୁଃଖକୁ ଦୁରକୁ ଠେଲି 

ଘର ଅଗଣାରେ  ସାଙ୍ଗଙ୍କ ସାଥିରେ 

  ନାଚିକି ଖେଳିବା ହୋଲି ।


ଜୀବନ ବାଟରେ  ସବୁ ବୟସରେ 

   ମଜାରେ ହସିବା ଶିଖିବା 

ସମୟ ବାଟରେ  ସମୟ ତ ଯିବ 

   ଖୁସିରେ ନାଚିବା ଶିଖିବା ।


Rate this content
Log in