କାନ୍ଦୁଛି ! ଅଭିଶପ୍ତ କୋଣାର୍କ! । (କାଶ୍ୟପ) ।
କାନ୍ଦୁଛି ! ଅଭିଶପ୍ତ କୋଣାର୍କ! । (କାଶ୍ୟପ) ।
-
କାନ୍ଦୁଛି ! ଅଭିଶପ୍ତ କୋଣାର୍କ! । (କାଶ୍ୟପ) ।
ଇତିହାସ ପୃଷ୍ଠାର କଳା, ସଂସ୍କୁତି, ଶିଳ୍ପଭାସ୍କରାଚାଯ୍ୟର ଅନନ୍ୟ ସୃଷ୍ଟି କୋଣାର୍କ ବାରଶହ ବଢେଇଙ୍କ ଶିଣ ହାତୁଡିର ଟକ ଟକ ଶବ୍ଦ, ସ୍ଵପ୍ଣ କଳ୍ପନା ହୃଦୟର ସ୍ୱରରେ ପରିପୃଷ୍ଟ କଳା ପ୍ରତିଟି କଳାରେ ନୈପୁଣ୍ୟତାରେ ସ୍ପଷ୍ଟ ଏବଂ ଶ୍ରେଷ୍ଟତାର ନିଦର୍ଶନ । (୧)
ମନେରଖିଛନ୍ତି ଇତିହାସ ଓ ପର୍ଯ୍ୟଟକ ବାସୁ ମହାରଣା, ଧରମା ଆଉ ନରସିଂହ ଦେବ କିନ୍ତୁ ! କିଏ ? ମନେ ରଖିଛି ! ସେହିଁ ଶିଳ୍ପୀ ! ଆଉ ତାଙ୍କ ପ୍ରେମୀକଙ୍କୁ ଯାହାର ମିଲନର ଗାଥାର ଆକୃତି ରୂପାୟନ କଳା ଶକ୍ତ ମୁଗୁନି ଓ ମଙ୍କଡା ପଥର ଦେହରେ ମନ୍ଦିର ଗାତ୍ରରେ ନେଇ ପୃଷ୍ଟଭୂମି ବସ୍ଥାୟାନଙ୍କ କାମସୂତ୍ର, ଅତୀବ ମନୋହର ସେ ନାରୀ ଶ୍ରେଷ୍ଠଙ୍କ ଅଙ୍ଗଶୈଷ୍ଠବ ଲାବଣ୍ୟ ପ୍ରକୃତି ପୁରୁଷର କାମ କେଳି ଶୃଙ୍ଗାର ରସ । (୨)
ବାରଶହ ବଢ଼େଇଙ୍କ ପ୍ରେମିକା,ପତ୍ନୀ, ଉପପତ୍ନୀର ବିରହ,ଆଖିର ଲୁହ, ତାଙ୍କ ପ୍ରେମିକଙ୍କ ଲୁହ ,ଲହୁ, ସ୍ବେଦ, ଧରି ବର୍ଷ, ମାସ ,ଦିନ ,ଦଣ୍ଡ ଆଜିବି ଘୁରିବୁଲୁଛି ସେଇ ଶିଳ୍ପକଳା ଚାରିକଡେ ଶୁଣାଇ ଶୁଣାଇ ତାଙ୍କ ଗାଥା ଶୁଣିବାକୁ ଖାଲି ଦରକାର ଶୁଣିପାରୁ ଥିବା ଅନ୍ତରାତ୍ମା ଟିଏ ବୋଧେ ସେଥିପାଇଁ ପ୍ରତ୍ୟେହ୍ ଦୃଶ୍ୟମାନ ଅର୍କ, ଆଦିତ୍ୟ, ରବି ସୂର୍ଯ୍ୟ ଅପୂଜ୍ୟ ସୂର୍ଯ୍ୟ ମନ୍ଦିରେ ଅଦ୍ୟାବିଧି ଦୀପ୍ତିମୟ ଗର୍ଭଗୃହ ନିବୁଜ ବର୍ଷର ଗୋଟିଏ ଦିନ ଦୋଳ ମଣ୍ଡପରେ ଉଦିତ ସୂର୍ଯ୍ୟ ଅଗ୍ନିହୋତ୍ରୀ ନିର୍ବାଣର ସ୍ୱରୂପ ବିଦଗତ ଆତ୍ମାର ତିଳ ସପ୍ତମୀର ଚନ୍ଦ୍ରଭାଗା ସ୍ନାନ । (୩) ପୃଥିବୀର ଶ୍ରେଷ୍ଟ କଳାକୃତିର ପ୍ରତୀକ ସବୁରାତିର ଜ୍ୟୋସ୍ତ୍ଣାରେ ସାଜି ମୁକ ସାକ୍ଷୀ ବାରଶହ ବଢ଼େଇଙ୍କ ଅତୃପ୍ତ ଆତ୍ମା ପ୍ରେମ, ବିରହ ଶୃଙ୍ଗାର, କାମକେଳିର ରସ, ରାସ ,ଛନ୍ଦ, କାୟା ପରିବର୍ତନ କରି ନର୍ତ୍ତକୀ ର କାୟାଗ୍ରସ୍ତ କରି ହଜି ନୁପୁର ବଂଶୀ ସୁରେ କୋଣାର୍କ ଉସ୍ତବେ ଓଡିଶୀ ଛନ୍ଦେ,ଗୀତେ ନାଚେ, କାନ୍ଦୁଛି ! ଅଭିଶପ୍ତ କୋଣାର୍କ।(୪)
କବିତାରପୃଷ୍ଟଭୂମି ଦୃଷ୍ଟିକୋଣ; କେଦାର ଶତପଥୀ ରାୟଗଡ଼ା ।
ରାମ ପ୍ରସାଦ ବିଶୋଇ । ତା-୧୬-୦୫-୧୬ ସମୟ-ରାତ୍ର-୦୮-୨୬ ମିନିଟ । ରାୟଗଡ଼ା ।