Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajesh Kumar Jain

Comedy

2  

Rajesh Kumar Jain

Comedy

ବୋଦା ରଡ଼ି

ବୋଦା ରଡ଼ି

1 min
7.1K


ବୋଦା  ରଡ଼ି

                 ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଖାଇଗଲା, ଖାଇଗଲା, ଖାଇଗଲା

କାହିଁ କରୁଛୁ ବୋଦା ରଡ଼ି

ଯେତେବେଳେ ଯାଇଥିଲା ଦୁଆର

ପିନ୍ଧାଇଥିଲୁ ଫୁଲର ହାର

ଖାଇଥିଲୁ ଫଳ ଭାଡ଼ି ଭାଡ଼ି

କାହିଁ କରୁଛୁ ବୋଦା ରଡ଼ି ?

ମୌକା ମିଳୁଛି ଯେତେବେଳେ

ତୁ କିଆଁ ଦେଉଛୁ ଛାଡ଼ି

ପାଉଛୁ ଯେତେବେଳେ ଟୋକେଇ

ଆଖି ବୁଜି ଦେଉଛୁ ଠୁକେଇ

ଜାଳିଦେଉଛୁ ଇଲେକ୍ଟ୍ରିକ, ପିଇଦେଉଛୁ ପାଣି

ଖାଇଦେଉଛୁ ବି.ପି.ଏଲ୍, ହଜମ କରିଦେଉଛୁ ରାଜସ୍ଵ

ଆମ ଅବସ୍ଥା କ’ଣ ଜାଣିଛୁ ଭାଇ

ମୌକା ମିଳିଲେ ଦେଉଛେ ମାରି

ନହେଲେ କହୁଛେ ବ୍ରହ୍ମଚାରୀ

ଆମରି ଭିତରୁ ହୋଇଛି ରଜା

ଆକାଶରୁ କିଆଁ ଖସିଥିଲା ଖଜା

ଛାଡୁଛେ ରଡ଼ି ଘଡ଼ିକି ଘଡ଼ି

କାଳେ ଭାଗ ଯିବ ପଡ଼ି

ସବୁ ଜାଣୁଛେ, ସବୁ ବୁଝୁଛେ

ତଥାପି ଛାଡୁଛେ ବୋଦା ରଡ଼ି!

ଦେଇଥିଲା ଯେତେବେଳେ ଜୁସ୍

ପିଇ କରି ହେଉଥିଲେ ଭାରି ଖୁସ୍

ଏବେ କିଆଁ ହେଉଛେ ଫୁସଫୁସ୍

ଯେବେ ସେ ଖାଉଛି ଲଡୁ ଦିଲ୍ ଖୁସ୍

ଆମକୁ ତ ଲାଗିବା କଥା ଭାରି ଖୁସି

ଆମରି ଭାଇ ଦେଉଛି ସବୁ ଚଷି

ଖାଉଛି ଏକା ଏକା ସିଟରେ ବସି

ନପାଇବାର କାନ୍ଦଣା ବସି ବସି

ଖାଇଗଲା ଖାଇଗଲା ଖାଇଗଲା

କାହିଁ କରୁଛୁ ବୋଦା ରଡ଼ି ?

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮


Rate this content
Log in