Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସରୀସୃପ -୧

ସରୀସୃପ -୧

1 min
6.8K


ବିନୋଦ ନାୟକ


ସନ୍ଧ୍ୟାର ଆକାଶ

ଗୁଜରାଟୀ ରମଣୀର ପାଲଟା ଶାଢ଼ୀପରି ସଫେଦ ଛାୟାପଥ

ଅତିପରିଚ୍ଛନ୍ନ,

ଦିଗତଳେ ବାଇଗଣୀ ସ୍ୟାହିପରି ସ୍ବଳ୍ପ ମେଘ ଛାୟା କଫି ଓ ବାଦାମ ବନ

ପରିବ୍ୟାପ୍ତ ଗୋଦାବରୀ ତଟ ଯାଏ ।

ବହୁଦୂରେ ସ୍ଲେଟ୍‌ଖଣିରୁ

ମାନ୍ଦ୍ରାଜୀ କୁଲିର ବସ୍ତିରୁ

ନୀଳ ଲଣ୍ଠନର

ଈଷତ୍‌ ଆଲୋକ ଆସେ ।

ହଠାତ୍‌ ଦେଖିଥିଲି ସଖୀ

ତୁମ ପୃଷ୍ଠ ତଟର ସଫଳ ଗୌରବ

ତୈଲଙ୍ଗୀ ଖୋଷାର ତଳେ ଗ୍ରୀବାଚୁମ୍ବୀ ବିରଳ କୁଞ୍ଚିତ କେଶ

ଋଜୁ ବାହୁଲତା ଫାଙ୍କେ ପରିପୁଷ୍ଟ ସ୍ତନର ସୁସ୍ପଷ୍ଟ ଆଭାସ,

ଗୁରୁ ନିତମ୍ବର ଆମନ୍ତ୍ରଣ ।

ଉପରେ ରିଠାବୃକ୍ଷର ପରିଣତ ଶାଖା

ତଳେ ସାଜି ମାଟିର ନୀଳ ଆସ୍ତରଣ,

ଏଇ ପରିସ୍ଥିତି ମଧ୍ୟେ

ଆଦିମ ସରୀସୃପର ସାନ୍ନିଧ୍ୟ କ୍ଷୁଧା ନେଇ

ପରସ୍ପରର ପରିଚୟ ହେଲା ।

ତୁମ ନଗ୍ନ ସ୍ବାସ୍ଥ୍ୟର ସ୍ବାଦ ନିବିଡ଼ ତୁମର

ମସୃଣ ଉଗ୍ରତା

ଦେଇଥିଲା ଗଭୀରତା ଆଉ ପରିତୃପ୍ତି ।

ନିଷ୍କାଷିତ କାମନା ଏ ତନୁତଟ ସଖୀ

ବୋଧକଲି ଆଦ୍ୟ ଥରପାଇଁ

ଲଘୁସ୍ପଷ୍ଟ ଆଉ ଚିରନ୍ତନ

ଉପରେ ସଫେଦ ଜହ୍ନ ପରି ଅତି ପରିଚ୍ଛନ୍ନ ।

ତୁମରି ଖୋଷାର

ଶୀତକାଳୀନ କୌଣସି ରଙ୍ଗୀନ ଫୁଲର ଗଭା

ଦେଇଥିଲା ମଧୁର ଗନ୍ଧର ମାଦକତା ।

କ୍ରମଶଃ.... ଭାଗ-୨


Rate this content
Log in

Similar oriya poem from Classics