ପୁଣି ଆସ ଏ ମହୀରେ
ପୁଣି ଆସ ଏ ମହୀରେ
ବଟେଶ୍ୱର ଗ୍ରାମ ଶ୍ୟାମଲାଲ ନାତି
ମହାମାନବ ଅଟଳ,
ପ୍ରତିଭାଦୀପ୍ତ ଶ୍ରେଷ୍ଠ ରାଜନୈତିକ
ସତ୍ କର୍ମେ ଥିଲ ଅଚଳ।
ଗ୍ଵାଲିଅର ଆର୍ଯ୍ୟକୁମାର ସଭାରୁ ଆରମ୍ଭ ତୁମ୍ଭ ଆନ୍ଦୋଳନ।
ସ୍ଵୟଂ ସେବକ ସଂଘର ଥିଲ ତୁମେ
ବଡ଼ ଆମ୍ବାସଡ଼ର,
ଦେଶର ସ୍ଵରାଜ ପାଇଁ ଭାଇ ସାଥେ
ଯାଇଥିଲ କାରାଗାର।
ଆଇନ ପଢିଲ ବାପା ସାଥେ ମିଶି ରହିଲ ଗୋଟିଏ ଘରେ,
ସୁସାମ୍ବାଦିକ ରୂପେ ପରିଚିତ ହେଲ
ସବୁରି ପାଖରେ।
ଭାରତୀୟ ଜନ ସଂଘ ପ୍ରତିଷ୍ଠାତା ଶ୍ୟାମ ତ ଗୁରୁ ତୁମ୍ଭର,
ସନ୍ଦେହ ଜନକ ମୃତ୍ୟୁରେ ତାଙ୍କ
ହୃଦ ବିଦୀର୍ଣ୍ଣ ଶୋକର।
ବୀରବାଣୀ ପୁଣି ବୀରଠାଣି ଆଉ
ନିର୍ଭୀକ ଦକ୍ଷ ଭାଷଣ,
ବୈଦେଶିକ ମନ୍ତ୍ରୀ ପଦରୁ ଆରମ୍ଭ
ତୁମ ରାଜନୀତି ଜୀବନ।
ଚକିତ ହେଲେ ବିଶ୍ଵବାସୀ ପୋଖରାନ ସୃଷ୍ଟି ଦେଖି,
ଅଭିଜ୍ଞ ତଥା ଶ୍ରେଷ୍ଠ ସୁଶାସକ
ନିସ୍ଵାର୍ଥ ସେବାକରି,
ଏ ମହାକାଶରେ ଆଉ ଏକ ଜ୍ୟୌତି
ଦରଶନେ ପ୍ରାଣ ଯାଏ ବତୁରି।
ସୁଯୋଗ୍ୟ ସନ୍ତାନ ଏ ବୀର ଜାତିର
ଭାରତ ରତ୍ନେ ଭୂଷିତ,
ପଞ୍ଚ ମହାଭୂତ ମଧ୍ୟେ ବିଲିନ ଦେଖି
ସ୍ତବ୍ଧ ହେଲା ଜଗତ।
କିଛି କ୍ଷଣ ପାଇଁ ଗଗନ ପବନ ନିରବି
ମୁକ ହୋଇଯାଇଥିଲା,
ତୁମ ଓଠର ସେ ଲୋଭନୀୟ ହସ
କୃତି ଯୁଗଯୁଗ ରହିଲା।
ଶତାବ୍ଦୀର ତୁମେ ମହାନାୟକ
ପୁଣି ଶ୍ରେଷ୍ଠ କାବ୍ୟକାର,
ରାଜନୀତିର ତ ପିତାମହ ଭୀଷ୍ମ
ଦେଶପ୍ରେମୀ ଭାରତର।
ହେ ଦେଶସେବକ ଅମର ଅଟଳ
ପ୍ରଣତି ଢାଳେ ପୟରେ,
ନୂତନ ରୂପରେ ସେହି ଗୁଣ ଧରି
ପୁଣି ଆସ ଏ ମହୀରେ।
ପ୍ରଣତି ମହାପାତ୍ର
ବାଲେଶ୍ଵର