Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyoti Ranjan Subudhi

Others Comedy

5.0  

Jyoti Ranjan Subudhi

Others Comedy

ଟ୍ରାଫିକ କଟକଣା

ଟ୍ରାଫିକ କଟକଣା

1 min
322


କାଲି ପିଟୁଥିଲେ ବହେ ଲାଠିରେ ,

ଆଜି ଦେଉଛନ୍ତି ଚକୋଲେଟ ।

ଏ ପୁଲିସି ମାମୁଁଙ୍କୁ ବୁଝିବା ଭାରି କଷ୍ଟ ,

ତୁ ପିନ୍ଧୁଥା ସଦା ହେଲମେଟ ।

ଆଉ ଯଦି ମଦୁଆ ପୁଲିସି ହାବୁଡ଼େ ପଡ଼ିବୁ ,

ସେ ଫୁଙ୍କ ପୁରେଇବ ନିଜ ପାଟିରେ ।

ତୁ ମଦ ପିଇଛୁ ବୋଲିକି କହିବ ,

ମୋଟା ଚାଲାଣ ଧରେଇବ ତୋ ହାତରେ ।

ଏଠି ଗାଡ଼ ପ୍ରବଳ ନାଳ ପ୍ରବଳ ,

ପଡିଯିବୁ କେବେ ରାସ୍ତାରେ ।

କିନ୍ତୁ ଦେଖିବାକୁ କେହି ନାହିଁ ତତେ ,

ସବୁ ଲାଗିଛନ୍ତି ଖାଲି ଜନତାଙ୍କୁ ଲୁଟିବାରେ ।

ତେଣୁ ହେଇଯା ବାବୁ ସଚେତନ ,

କରିବୁନି ଜମା ପ୍ରଦୂଷଣ ।

ବୀମା କମ୍ପାନୀଟା ଲୁଟୁ ପଛେ ଯେତେ ,

ପଲିସୀ କରିବ ତତ୍କ୍ଷଣ ।

ନହେଲେ ସବୁ ଅର୍ଥ ତୋର ଫାଇନି ରେ ଯିବ ,

ଯାହା ଅର୍ଜି ଥିବୁ ତୁ କଷ୍ଟରେ ।

ତେଣୁ ବେଳ ଥାଉ ଥାଉ ହେଇଯା ସାବଧାନ ,

ନିୟମ ମାନିକି ଚାଲୁଥା ତୁ ରାସ୍ତାରେ ।


Rate this content
Log in