Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

3.0  

Sadananda Sahoo

Tragedy

ଆର ପାରିରେ ହାସ୍ୟ ପୁରୁଷ

ଆର ପାରିରେ ହାସ୍ୟ ପୁରୁଷ

1 min
217


ଆର ପାରିରେ ହାସ୍ୟ ପୁରୁଷ

@ @ @ @ @ @ @ @

ହେ'ହାସ୍ୟ ପୁରୁଷ ଚଳଚିତ୍ର ମିତ

ରୂପେଲି ପରଦା ସୁତ ,

ଝୁରୁଛି ଭାରତ ଝୁରୁଛି ଏଵିଶ୍ଵ

କେଣେ ଗଲ କୁହ ସତ ! !


କାଦର ନାମଟି ସଚିତ୍ର ବିଭବି

ଧନ୍ୟ ତୁମ ପରାକାଷ୍ଠା ,

ମାଆ ଭାରତୀର ପାଳିତ ସୁପୁତ୍ର

ଅନନ୍ୟ କହାଣୀ ଗାଥା ! !


ସଂଘର୍ଷରେ ହସ ନିଆରା ଏରସ

ତୁମରି ଉତ୍କର୍ଷ ଛବି ,

ସଂଳାପ ବିଳାପ ତବ କୃତି ସତ

ଥିଲ ମହା ଅନୁଭବୀ ! !


ପରଦା କାହାଣୀ ରଚୁଥିଲ ଜାଣି

ସର୍ବଜନାଦୃତ ମିତ ,

ଭାବନାର ଘର କେତେଯେ ସୁନ୍ଦର

ସର୍ବ ପ୍ରାଣ ବିମୋହିତ ! !


ସର୍ବ ଚରିତ୍ରର ତୁମେ କର୍ଣ୍ଣ ଧାର

ନିପୁଣତା ଥିଲା ଭରି ,

ସୁଖ ଅବା ଦୁଃଖ ଅଙ୍ଗୀକାରବଧ

ଅଭିନୟ ଶ୍ରେଷ୍ଠ ସୁରି ! !


ଅଦାଲତ ଦାଗ ବେନାମ ସୁହାଗ

ଚଳଚିତ୍ର ସ୍ଵର୍ଣ୍ଣାକ୍ଷର ,

ଅନାଡି ନସିବ ୟାରାନା ହମ

ଦର୍ଶକ ବିଭୋର ସ୍ଵର ! !


ମେଁଖିଲାଡ଼ୀ ତୁଅନାଡି ପରବିଶ

ଦେଖି ବାକୁ ଲାଗେ ଖୁସି ,

ସାଜନଚଲେ ଶଶୁରାଲ ଆଜ

ସଵୁତ ଉଠେ ଝଲସି ! !


ରୋଗପୀଡା ପାଇ ଦୁଃଖେ ଗଲ କାହିଁ

ହେ' ମହାନାୟକ ସ୍ରଷ୍ଟା

ତବ ପ୍ରଶଂସକ ଶୁଭେଚ୍ଛୁ ଦର୍ଶକ

ଝୁରୁଛନ୍ତି ରଖି ନିଷ୍ଠା ! !


ଶେଷ ଶ୍ରଦ୍ଧାଞ୍ଜଳି ଆଞ୍ଜୁଳି ପ୍ରଣତୀ

କରହେ ଗ୍ରହଣ ରତ୍ନ ,

ଦୁରଆକଶରୁ ଆସିବ ହେ ' ଗୁରୁ

ଆଉ ଥରେ ନେଇ ଜନ୍ମ ! !


କାଦର ବିଭବ ଅଭିନୟ ଛାପ

ଲିଭିବନି ହୃଦୟରୁ ,

କୋଟି ଜନଗଣ ଅପାସୋରା ଧନ

ରୂପେଲି ପରଦା ଗୁରୁ ! !

@ @ @ @ @ @ @ @ @ @ @ @ @ @ @ @ @ @ @

ସଦାନନ୍ଦ ସାହୁ , ଧୁରୁଷିଆ ,

ଆଠଗଡ , କଟକ ,


Rate this content
Log in

Similar oriya poem from Tragedy