Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

3  

Santosh Pattnayak

Others

ଭକ୍ତି ସୁମନ

ଭକ୍ତି ସୁମନ

1 min
7.0K


ଭକତି ସୁମନ କରେ ଅରପଣ

ଘେନହେ ନନ୍ଦ ନନ୍ଦନ

ସଂସାର ମରୁରେ ତୁମେ ମୋ’ ଆସରା

ଚରଣେ ପ୍ରଣତି ଘେନ….

ନିଶ୍ଵାସକୁ ମୋର କି’ଅଛି ବିଶ୍ଵାସ

ଅଢ଼େଇ ଦିନ ଜୀବନ

ମରଣ ଛୁଇଁଲେ ଶୂନ ଧନ,ଜ୍ଞାନ

ଯଶ ଆଉ ସ୍ଵାଭିମାନ….

ମନ ବୃନ୍ଦାବନେ ଆସ ପ୍ରଭୁ ତୁମେ

ପ୍ରୀତିରେ କର ନିମଗ୍ନ

ଆଶାରେ ଆଶାରେ ଆଶା ମୋ’ ବଳିଛି

ଆକୁଳିତ ମନପ୍ରାଣ…।


Rate this content
Log in