Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dillip Badatya

Romance

3  

Dillip Badatya

Romance

ବର୍ଷା

ବର୍ଷା

1 min
14K


                 

ବର୍ଷା

 

ତୁମ ଆଗମନେ

 

ଚିତ୍ର ଶିଳ୍ପୀ ଟିଏ ଆଙ୍କୁଥାଏ

 

ତୁମ ଛବି ତୁମ ରୂପ

 

ସହିତ୍ୟ ପୃଷ୍ଠାରେ ୤୤

 

କେତେ ଅସୁମାରୀ ସ୍ୱପ୍ନ

 

ସବୁ ଅପସୋରା ରହେ

 

ଭଂଗା ଗଢା ସଂସାରରେ

 

ଟପ୍ ଟପ୍ ବର୍ଷା ବିନ୍ଦୁ ଧାରେ ୤୤

 

ଭାଂଗୀ ଯାଏ ମନ

 

କରାଳ ଛାୟାରେ

 

ଗଢିଉଠେ ଅନେକ ପ୍ରାସାଦ

 

କାଗଜ ଡଂଗା ରେ ୤୤

 

ମୁଁ ଏମିତି ଅନେଇ ଥାଏ

 

ତୁମେ ଆସିବ

 

ଧିରେ ଧିରେ

 

ରାଜକୀୟ ଭଂଗୀ ରେ

 

ମେଘ ମଲହାର୍ ସଂଗରେ

 

ବିଜୁଳି ରୋଷଣୀ ନେଇ

 

ସବୁଜ ବର୍ନଆଳି ର

 

ପତ୍ର ରେ ପତ୍ର ରେ ୤୤

 

ଫାଟିଉଠେ ବିଲ ବାଡି

 

କୁମ୍ଭାଟୁଆ ଗୀତ ରେ

 

ନାଚି ଉଠେ ତରୁଲତା

 

ତୁମ ପାଇଁ କୁସୁମିତ ହୁଏ

 

ଯୁଇ ଯାଇ କଦମ୍ବ ,ଚମ୍ପା ,ଟଗର୍

 

ବସୁନ୍ଧରା ଭେଟି ଦିଏ

 

ଜାମୁ କୋଳି ,ବରକୋଳି

 

ତାଳ ଓ ପଣସ ସମ୍ଭାର୤୤

 

ଆଷାଢ଼ର ତାଳେ ତାଳେ

 

ଶ୍ରାବଣର ସୁର ସଂଗୀତରେ

 

କୋଳେଇ ଯେ ନେଲ ତୁମେ

 

ଧରଣୀକୁ ରୂପରେ ,ରସରେ, ଗନ୍ଧରେ

 

ଆଲିଂଗନ କଲ ତୁମେ ପ୍ରୀତି ଲଗ୍ନା

 

ଧରିତ୍ରୀ କୁ ପ୍ରୀତିରେ ପ୍ରୀତି ରେ ଱୉

 

ଦିଲିପ କୁମାର ବାଡତ୍ୟା

 

ଜବାହର ନବୋଦୟ ବିଦ୍ୟାଳୟ

 

ଗୁରୁଜଂଗ ,ଖୋରଧା


Rate this content
Log in

Similar oriya poem from Romance