ହଜିଯାଏ ମନ
ହଜିଯାଏ ମନ
ହଜାର ହଜାର ହାଟ ଓ ବଜାର
ମନ ହଜେ ନାହିଁ କୋଉଠି
ଯେବେ ଶୁଭିଯାଏ ଶଙ୍ଖ ଆଉ ଘଣ୍ଟ
ମନ ହଜି ଯାଏ ସେଇଠି ।
ଲୋଡା ହୁଏ ନାହିଁ ଗୋପ ବୃନ୍ଦାବନ
ମଥୁରା କି ବ୍ରଜ କେଳି
ଯେଉଁ ଠାରେ ତୁମ ନାମ ସ୍ମରାଯାଏ
ସେ ମୋ ପାଇଁ ବ୍ରଜର ଧୂଳୀ ।
କେଉଁଠି ପ୍ରବାସ କେଉଁଠି ପ୍ରଭାସ
ଜାଣେନା ମୁଁ ରାତି ଦିନ
ତୁମ ନାମ ରସେ ହଜିଗଲା ପରେ
ଭିଜି ଯାଏ ମୋ' ନୟନ ।
ସବୁ ବହି ଲାଗେ ଗୀତ ଗୋବିନ୍ଦ
ସବୁଆଡେ କୃଷ୍ଣ ମୟ
ଗ୍ରାମ ଦେବତୀ ଙ୍କ ଗୋଧୂଳୀ ଲଗନେ
ତୁମ ପ୍ରେମ ରସେ ହଜିଯାଏ ଏ ହୃଦୟ ।
ହଜି ଯାଏ ତନୁ ହଜିଯାଏ ମନ
ହଜି ଯାଏ ଏ ହୃଦୟ
ଯୁଆଡେ ଚାହିଁଲେ ତୁମ ମୁହଁ ଦିଶେ
ଅଶ୍ରୃଳ ଆଖି ମୋ ,,
ହୋଇ ଯାଏ ଭାବମୟ ।
##ମମତା ମଞ୍ଜରୀ ଦାସ ,କଟକ##