Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

3  

Neelima Nivedita Behera

Others

ପ୍ରାର୍ଥନା ଆପଣମାନଙ୍କର

ପ୍ରାର୍ଥନା ଆପଣମାନଙ୍କର

1 min
13.4K


ଗଣି ହୁଏନା କାକର ବିନ୍ଦୁ କେତେ ଶୀତଳ
ଗଣି ହୁଏନା ସକାଳର କୂହୂଡି କେତେ ବହଳ
ହାତଗଣତି କିନ୍ତୁ
ବିତିଲା କେଇଟା ଶୀତ ରାତି
ରେଜେଇ ତଳର ଉଷୁମ୍ ଛାତି ।

ଠିକ୍ କହିଲେ ଦୀପ୍ତି ଅପା, ରମେଶ୍ ସାର୍ ଓ ସନ୍ତୁ ପଣ୍ଡା
ଆଶୀର୍ବାଦକୁ ଗଣି ହୁଏନି
ପ୍ରାର୍ଥନାକୁ ଚଳା ଚଳା କରି ମାପି ହୁଏନି
ପୂଜା ତ ଚେତନାର ସଜାଗତା
ଏଣୁ ମୋ ଆଶୁ ଆରୋଗ୍ୟର ଶୁଭକାମନା
କେବଳ ଲାଇକ୍ ଓ କମେଂଟ୍ରେ ସୀମିତ ରହିପାରିବନି ।

ପ୍ରତ୍ୟେକ ଅଣୁ, ପରମାଣୁର ଯିଏ
କର୍ତ୍ତା, କାରଣ ଓ ଅଧିକରଣ
ତାଙ୍କରି ପରା ମୁଁ ପରିଣାମ
ସଂସାରର ସମସ୍ତ ଚେତନାକୁ ତେଣୁ
ମୋର ଧନ୍ୟବାଦ୍ ଆଉ ପ୍ରଣାମ ।

# ନୀଳିମା ନିବେଦିତା


Rate this content
Log in