Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ରାତି ଛୋଟକୁ ଏଠି ସ୍ୱପ୍ନ ବେଶୀ

ରାତି ଛୋଟକୁ ଏଠି ସ୍ୱପ୍ନ ବେଶୀ

1 min
149



ରାତି ଛୋଟକୁ ଏଠି ସପନ ବେଶୀ

ମନ ଅଭିମାନ କରୁଛି ବେଶି

ହୃଦୟ ବଡ଼ ହେଲେ ଏଠି ଅଳ୍ପ ଖୁସି

ମୁଁ ହସିଲେ ତୁ ଯାଉଛୁ ଋଷି

ରାଗ ଭୁଲି ଫେରିଆ ସାଥି

ତୁ ଥାଅ ମୁଁ ଯାଉଛି ରୁଷି(୨ଥର)

ଛୋଟ ଛୋଟ କଥାରେ ମିଛ ରାଗ ରୁଷରେ

ଫିକା ଲାଗେ ମିଠା ଜୀଵନ

ସତରେ କି କଣ ତମେ ବୁଝି ପାରୁନ

ପୁରିଗଲେ କଳସୀ ଲୁହ ଯାଏ ବରଶି

ଚୁନା ହୁଏ ଏହି ସୁନା ସୁନ୍ଦର ବନ୍ଧନ

ଜଗା ଅଛି ସାକ୍ଷୀ ପୁରୀ ଅଛି ମୋ ସାକ୍ଷୀ

ପାଖରେ ଅଛି ବୋଲି ରାଗୁଛୁ ବେଶୀ

ବିନା ଦୋଷରେ ମତେ ଦେଉଛୁ ଶାସ୍ତି

ସ୍ନେହ ମମତା ତୋର ହେଲାଣି ବାସି

ତୁ ଥାଅ ମୁଁ ଯାଉଛି ରୁଷି(୨ଥର)

ଟିକେ ଟିକେ ସ୍ନେହ ଟିକେ ଟିକେ କୋଲହ

ମଜା ତାର ଲାଗେ ନିଆରା

କାହା କଥାରେ ପଡ଼ି ଯାଉଛୁ ଭାସି

ମୁଁ ତତେ କଥା ଦେଉଛି ଦେବି ମୋ ଖୁସି

କହୁଛି ରାଣ ଖାଇ ଗଲେ ମୁଁ ରୁଷି

ନେହୁରା ହୋଇ ଯେତେ ଡାକିବୁ ଆସି

ମୁଁ ଚାଲି ଗଲେ କାନ୍ଦିବୁ ବସି

ଭାଙ୍ଗିବାରେ ଲାଗେ ତୁମକୁ ବେଶି

ମୁଁ ଗଢିବାରେ ଲାଗେ ନୀତି ବସି

ତୁ ଥାଆ ମୁଁ ଯାଉଛି ରୁଷି(୨ଥର)

ମୋ କଥାରେ ଭରସା ରଖି

ତୋ ହାତରେ ମୋ ହାତ ରଖି

ତତେ ଦୁନିଆରଦେବି ସବୁ ଖୁସି !


ବଳରାମ ତରାଇ, ଖୋର୍ଦ୍ଧା, ଫୋନ-୯୯୩୭୦୧୪୬୪୬ !


Rate this content
Log in