Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

ଶିକ୍ଷା

ଶିକ୍ଷା

1 min
448


ତୁମର ହେଉ ଅବା ମୋର

ତୁମ ଘରେ ହେଉ ଅବା ଆମ ଘରେ

କନ୍ୟାର ସତ୍ତା ତ ନିଶ୍ଚୟ ଅଛି

କିନ୍ତୁ ଯତ୍ନ ବୋଧେ କମିଯାଉଛି ।


ଯତ୍ନ ଅଭାବରୁ ନାନା ଘଟଣା

ଦେଖିବାକୁ ହୁଏ ଆଖି ସାମ୍ନାରେ

ତଥାପି ଆମେ ନଦେଖିଲାଭଳି ରହୁ

କାହିଁକି ଆଉ ଡରିବା ନରରାକ୍ଷସଙ୍କୁ ??


ବୁଡିଯିବ ନାରୀ ସନ୍ତକ

ଏଣୁ ସତର୍କ ହୋଈଯିବା

ହାତ ମିଳେଈନେବା ସଭିଏଁ ।



ସ୍ପର୍ଶ ଶିକ୍ଷା ଦେବା କନ୍ଯାଙ୍କୁ

ଘରେ ଘରେ ଗାଁ ସହରରେ

ତା ହେଲେ ହୁଏତ ବଂଚାଇପାରିବା

ଆମ କନ୍ୟା ସନ୍ତାନଙ୍କୁ ।

ଅସୁରକ୍ଷିତ ଯୌନ ସଂପର୍କରୁ

ରାକ୍ଷସଙ୍କ ଖରାପ ନଜରରୁ

ପ୍ରତି ମୁହୁର୍ତ୍ତରେ ପ୍ରତି ଦିନ

କେବଳ ଲଢିବା ଶିକ୍ଷା ଦେଈ ॥


ଆସ ଭାଇ ଭଉଣୀ ସର୍ବେ

ଘରରୁ ଆରମ୍ଭ କରିବା ସ୍ପର୍ଶ ଶିକ୍ଷା

ଲଢିବା ପାଈଁ ମନୋବଳ ଶିକ୍ଷା

ବଂଚାଇବା ଆମ କନ୍ୟା ସନ୍ତାନଙ୍କୁ

ଦେବା ଏକ ସୁରକ୍ଷା କବଚ ।




Rate this content
Log in