Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

2  

Prasant Kumar Nath

Inspirational

ଆଦର୍ଶ

ଆଦର୍ଶ

1 min
6.2K


ଭଲକାମ ଯଦି କରୁଥିବ ତୁମେ

ତୁମକୁ ଆଦର୍ଶ ମଣିବେ

ଅବାଟରେ ଯଦି ଯାଉଥିବ ତୁମେ

ଘୃଣା ଯେ ସମସ୍ତେ କରିବେ ।

ଏମିତି ଅନେକ ମଣିଷ ଅଛନ୍ତି

ନିଜକୁ ବଢ଼େଇ କହିବେ

ବଡ଼ ଯିଏ ସିଏ କହିବା ଆଗରୁ

ସଭିଙ୍କ ହୃଦୟେ ରହିବେ ।

ଦେଖେଇ ହେବାକୁ ଏହି ଦୁନିଆଁରେ

ଅନେକ ମଣିଷ ଅଛନ୍ତି

ପ୍ରକୃତରେ ସେବା କରୁଥାନ୍ତି ଯିଏ

ସଭିଙ୍କ ହୃଦୟେ ବସନ୍ତି ।

ନିଜ ଦୋଷ ଏଠି ଲୁଚାଇବା ପାଇଁ

ଅବାଟରେ କେତେ ଯାଆନ୍ତି

ହେଲେ ସେହି ଲୋକ ଅଟନ୍ତି ମହତ

ଦୋଷ ଯେ ସ୍ୱୀକାର କରନ୍ତି ।

ଅନ୍ୟକୁ ସାହାଯ୍ୟ କରିଥାନ୍ତି ଯିଏ

ବହୁତ ଉନ୍ନତି କରନ୍ତି

ଅନ୍ୟପାଇଁ ଗାତ ଖୋଳୁଥାନ୍ତି ଯିଏ

ନିଜେତ ଗାତରେ ପଡନ୍ତି ।

ଅନ୍ୟକୁ ପ୍ରେରଣା ଦେଉଥିବା ଲୋକ

ସୁଖ ଓ ଶାନ୍ତିରେ ରୁହନ୍ତି

ଦୁଃଖ ଦୁର୍ଦ୍ଧସାରେ ଦିନ କାଟୁଥାନ୍ତି

ଅନ୍ୟର ଗୋଡ଼ ଯେ ଟାଣନ୍ତି ।

ଅନ୍ୟର ଖୁସିରେ ଖୁସି ହୋଇବାଟା

ସବୁଠାରୁ ଭଲ ଲକ୍ଷଣ

ଭଲ ଲୋକ ସିଏ କରିପାରେ ଯିଏ

ଅନ୍ୟର ଦୁଃଖକୁ ଭକ୍ଷଣ ।

କାହା ବିପଦରେ ଠିଆ ହେବ ଯଦି

ତୁମେ ସାହା ଭରଷା ହୋଇ

ତୁମକୁ ଦିବସେ ଅନେକ ସମ୍ମାନ

ରହିଥିବ ଅମର ହୋଇ ।

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।


Rate this content
Log in

Similar oriya poem from Inspirational