ପିତାମାତା
ପିତାମାତା
1 min
267
ପିତାମାତା
ଲେଖିକା - ରୋଜା ପଣ୍ଡା
ପିତାମାତା ବନ୍ଧୁ ମୋର , ପିତାମାତା ଗୁରୁ
ପିତାମାତା ମୋର ଭଗବାନ
ଯଦି କେବେ ବଡ ହେବାକୁ ଚାହିଁବି
ରଖିବି ତାଙ୍କ ପାଦେ ଧ୍ୟାନ ।।
ପିତା ମୋ ଅଟନ୍ତି ଧର୍ଯ୍ୟର ପ୍ରତୀକ
ଆକାଶ ଠୁ ବଡ ଗରିୟାନ
ମାତା ମୋ ଅଟନ୍ତି ସ୍ନେହର ପ୍ରତୀକ
ଧରଣୀ ଠାରୁ ମହାନ ।।
ଦୟା , କ୍ଷମା ଆଉ ସ୍ନେହରେ ଭରା
ମୋ ପିତା ,ମାତା ଙ୍କ ହୃଦୟ
ତାଙ୍କ ପାଦ ତଳେ ଶରଣ ପଶିଲେ
ନାହିଁ ମୋର ଡର ଭୟ ।।
ମୋ ପିତା ମାତାଙ୍କ ଆଶିର୍ବାଦ ଥିଲେ
କରିବି ମହତ କାମ
ପର ହିତ ପାଇଁ ଦେବି ମୁଁ ଜୀବନ
ରଖିବି ତାଙ୍କରି ମାନ ।।
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର, ମଧୁପାଟଣା,କଟକ -୭୫୩୦୧୦