Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama

5.0  

ବି. ନିରୁପମା

Drama

ଥାଉ ଭାବ ଦିଆନିଆ

ଥାଉ ଭାବ ଦିଆନିଆ

1 min
260



         

ତୁମ ବ୍ୟଞ୍ଜନରୁ ଦିଅ କିଛି ମୋତେ

ମୋ ଅନ୍ନରୁ କିଛି ନିଅ ,

ଠେକିଏ ଗୋରସ ନେଇ ଆସିଛି ମୁଁ

ମନ ଆନନ୍ଦରେ ପିଅ ।


ଏ ବନର ଶୋଭା ଅତି ମନୋରମ

ଦେଖି ଆଖିଯାଏ ଲାଖି ,

ପକ୍ଷୀଙ୍କ କାକଳି ପଶୁଙ୍କର ମେଳି

ପୁଚ୍ଛ ମେଲି ନାଚେ କେକୀ ।


କଳ କଳ ନାଦେ ବହୁଛି ଝରଣା

ଗୋରୁ ଚରୁଛନ୍ତି ତୃଣ ,

ତାଙ୍କ ଉପରେ ବି ଦୃଷ୍ଟି ରଖିଥାଅ

ତୁମେ ସାଥୀ କେତେଜଣ ।


ଆମେ ତ ଗୋପାଳ ,ଗୋମାତାଙ୍କ ସେବା

ଅଟଇ ଆମର ଧର୍ମ ,

ବଡ଼ ଭାଗ୍ୟବାନ ମଣନ୍ତି ନିଜକୁ

କରି ଏ ମହତ କର୍ମ ।


ଗୋରୁପଲ ସହ ଆସନ୍ତି ବନକୁ

ଅନ୍ନ ଓ ବ୍ୟଞ୍ଜନ ଘେନି ,

ମିଳିମିଶି ଏଠି ଭୁଞ୍ଜନ୍ତି ସକଳେ

କରି ନାନା ହର୍ଷଧ୍ୱନି ।


ଏଇଭଳି ଆମ ଭିତରେ ସର୍ବଦା

ଥାଉ ଭାବ ଦିଆନିଆ ,

ସ୍ମରଣ ମାତ୍ରକେ ବିପଦେ ଆପଦେ

ତୁମ ଲାଗି ହେବି ଠିଆ ।



Rate this content
Log in

Similar oriya poem from Drama