Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ପାରୁଛ ଯଦି ଫେରିଆସ

ପାରୁଛ ଯଦି ଫେରିଆସ

1 min
7.0K



ତୁମର ସବୁ ଛଳନା ଆଗରେ

ହରାଇଛି ମୋର ସମସ୍ତ

ନୀତି ଓ ଆଦର୍ଶ l


ସବୁ ବାହାନା ଆଗରେ ତୁମର

ଜଳାଞ୍ଜଳି ଦେଇଛି ସବୁ

ମହତ୍ତ୍ୱକୁ ମୋର l


ଆଉ ତୁମ ପ୍ରତାରଣା ଆଗରେ

ସମର୍ପି ଦେଇଛି ମୋର

ସବୁ ମର୍ଯ୍ୟାଦାକୁ l


ତୁମର ସେଇ ସବୁ

ଛଳନା, ବାହାନା ଓ ପ୍ରତାରଣାରେ

ହୋଇଛି ମୁଁ ପଥଭ୍ରଷ୍ଟ, ଉଦଭ୍ରାନ୍ତ ଓ ବିଶୃଙ୍ଖଳ l


ହରାଇ ଦେଇଛି

ତୁମ ମିଛ ସାନ୍ନିଧ୍ୟରେ

ମୋ ନିଜର ସମସ୍ତ

ମାନବୀୟ ଗୁଣବତ୍ତା l


ତୁମର ମୋହାବିଷ୍ଚ

ଚେନାଏ ହସରେ

ପାଇଥିଲି ଶାନ୍ତି, ତୃପ୍ତି

ଆଉ ସବୁକିଛି l


ଏମିତି କ'ଣ ସତରେ

ଦିଆଯାଏ ବିଷ

ମୋ ପରି ଅସହାୟ, ନିରୁପାୟ

ଆଉ ସରଳ ଲୋକଟିକୁ ?


କୁହାଯାଏ ପରା

ପ୍ରମରେ ଥାଏ ସମର୍ପଣ

ଆଉ ଦୁଇଟି ଆତ୍ମାର ମିଳନ l


ତଥାପି ଏବେବି ସନ୍ତୁଳି ହେଉଛି

ତୁମ ପ୍ରେମ ଆଶ୍ଲେଷରେ

ଅବୈଧ ସ୍ୱପ୍ନ ମାନଙ୍କୁ ସାଙ୍ଗରେ ଧରି l


ପାରୁଛ ଯଦି ଫେରିଆସ

ଏବେ ବି ଗଢିବା ବସି

ଆମ ପ୍ରେମର

ସୁନ୍ଦର ତାଜମହଲଟିଏ l


-------------


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Tragedy