Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଉତ୍ତର ମିଳିଲା ଜେଜେଙ୍କ ଠାରୁ

ଉତ୍ତର ମିଳିଲା ଜେଜେଙ୍କ ଠାରୁ

1 min
6.8K


ଲକ୍ଷ୍ମୀପ୍ରିୟା ଦାସ



ଦୁଇ ସାଙ୍ଗ ବସି କଥା ହେଉଥିଲେ

ଅଲମ୍ପିକ୍ ର ବିଷୟେ

ଦୁହିଁଙ୍କ ମନରେ ପ୍ରଶ୍ନଟିଏ ଥିଲା

ପଚାରି ନ ଥିଲା ଭୟେ ,l

ଅଲମ୍ପିକ୍ ଖେଳ ପତାକାଟି ଧଳା

ଉଡୁଥିଲା ଫର ଫର,

ଛନ୍ଦା ଛନ୍ଦି ହୋଇ ପାଞ୍ଚୋଟି ବଳୟ

ସେଥିରେ ପାଞ୍ଚ ରଙ୍ଗର l

ନାଲିଆ, ସବୁଜ, ହଳଦିଆ, ନୀଳ

କଳା ରଙ୍ଗ ବଳୟର,

ବଳୟ ଗୁଡିକ ପ୍ରତୀକ ଅଟନ୍ତି

ପାଞ୍ଚଟି ମହାଦେଶର l

ପୃଥିବୀରେ ଅଛି ସାତ ମହାଦେଶ

ପତାକାରେ ପାଞ୍ଚ କିଆଁ ?

ଉତ୍ତର କାହାଠୁ ପଚାରି ବୁଝିବେ

ଭାବି ହୋଇଲେ ଛାନିଆଁ l

ଜେଜେଙ୍କୁ ଶେଷରେ ପଚାରିଲେ ଯାଇ

ଜେଜେ ପାନ ଖଣ୍ଡେ ଖାଇ

କହିଲେ ଗମ୍ଭୀରେ, ‘’ ପତାକାରେ ତେବେ

ଦୁଇ ମହାଦେଶ ନାହିଁ l ‘’

ଏସିଆ, ଆଫିକା, ଇରୋପ ସହ

ଆମେରିକା,ଅଷ୍ଟ୍ରେଲିଆ,

ସବୁ ଅଛି ହେଲେ ଆଣ୍ଟାର୍କଟିକା ନାହିଁ

ଏମିତିକା ହେଲା କିଆଁ !

ଉତ୍ତର, ଦକ୍ଷିଣ ଆମେରିକା ପାଇଁ

ଖାଲି ଆମେରିକା ଅଛି,

ହେଲେ ଆଣ୍ଟାର୍କଟିକାରେ କେହି ଲୋକ ନାହିଁ

ଶୁଣି ଦୁହେଁ ହସ ହସ l

ଜେଜେଙ୍କୁ କହିଲେ,’’ ପାକୁଆ ପାଟିରେ

ଅଛି ଜ୍ଞାନର ଭଣ୍ଡାର,

ଉତ୍ତର ରହିଛି ଚନ୍ଦା ମୁଣ୍ଡଟିରେ

ସବୁ କଠିନ ପ୍ରଶ୍ନର l ‘’

ସଊପ ପକାଇ ଦାଣ୍ଡ ପିଣ୍ଡାଟାରେ

ଜେଜେ ଯାଇଥିଲେ ବସି,

ସ୍ନେହେ ଆଉଁଶିଲେ ଦୁହିଁଙ୍କ ମୁଣ୍ଡକୁ

ମୁରୁକି ମୁରୁକି ହସି l


Rate this content
Log in