ଜୀବନ ଗୀତା-୩୫୪
ଜୀବନ ଗୀତା-୩୫୪
1 min
304
ଜୀବନ ପଥରେ ହଜିଗଲେ କେତେ
କହିକେ ପାରିବ ନାହିଁ
ନୂତନ ପଥିକ ଯୋଗଦେଲେ ଯେତେ
ହିସାବ ତାହାର ନାହିଁ ॥୦॥
ହସୁଥାଏ କିଏ କାନ୍ଦୁଥାଏ କିଏ
କାହାରବା କିବା ଯାଏ
ପୁଷମାସ କାର ସର୍ବନାଶ କାର
ଭୋଗେ ଯିଏ ଜାଣେ ସିଏ
ସବୁଥାଇ ପୁଣି ଅଭାବ କେଉଁଠି
ସେକଥା ଜାଣେନା କେହି ॥୧॥
ବିଷ ପିଏ କିଏ ସୁଧା କିଏ ପିଏ
ଯାହାର ଯେମିତି କର୍ମ
କିଏ ଖୋଜୁଥାଏ କିଏ ପାଉଥାଏ
ଯାହାର ଯେପରି ଧର୍ମ
ଗହଳି ଭିତରେ ନିଜପଥ ଏକା
ଚାଲିବାକୁ ହୁଏ ଭାଇ ॥୨॥