Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

କାହାରି କାମରେ ଦିନେ ଲାଗିନାହିଁ

କାହାରି କାମରେ ଦିନେ ଲାଗିନାହିଁ

1 min
13K


କାହାରି କାମରେ ଦିନେ ଲାଗିନାହିଁ

 

ପର୍ଶୁରାମ ବିଶ୍ୱାଳ

 

ମୁଠାମୁଠା ଖଇ କଉଡ଼ି ମୋ ଦାଣ୍ଡେ କେବେ ବିଞ୍ଚାହବ କହ?

ସାଇଭାଇ ମୋର ଖୋଜୁଥିବେ ଜଗା କାହିଁ ଅଛି ଭଙ୍ଗା ରୁଅ;

ମୋ ଗାଆଁ ମଶାଣି ଡାକି କହୁଥିବ

"ଡେରି କରିବୁନି ପୁଅ" ।

 

ପୁତ୍ର ଭାଇ ବନ୍ଧୁ ମେଳରେ ଠାକୁର କୋକେଇ ମୋ ବନ୍ଧା ହେବ,

ଅଲିଅଳି ସାନ ଝିଅଟି ମୋହର କାନ୍ଦି ଦାଣ୍ଡେ ଗଡୁଥିବ,

ଭାରିଯାଟି ମୋର ଯାଉଥିବ ମୂର୍ଚ୍ଛା

ସମ୍ଭାଳି ନପାରି କୋହ ।

 

ଛଅଖଣ୍ଡି କାଠ ଲୋଡ଼ାହବ ପ୍ରଭୁ ବେଶୀ ଦରକାର ନାହିଁ,

କାନ୍ଦକାନ୍ଦ ମୁହେଁ ମୋର ବଡ଼ପୁଅ ଜୁଇଟି ଦବ ଜଳେଇ,

ମୋ ସଂସାର ଖେଳ ସରିଯିବ ସିନା

ପାଉଁଶ ହବ ମୋ ଦେହ ।

 

ଦୁଃଖ ନାହିଁ ମୋର ଆସିଥିଲି ଏକା, ଯିବି ପୁଣି ଏକା ଚାଲି,

ଦୁଃଖ ରହିଯିବ କାହାରି କାମରେ ଦିନେ ଲାଗିନାହିଁ ବୋଲି,

ଦୁଃଖ ବି ରହିବ ପୋଛିପାରିଲିନି

କେ’ ଦୁଃଖୀ ଆଖିର ଲୁହ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in