ଚନ୍ଦ୍ରମା
ଚନ୍ଦ୍ରମା
ହଁ ,ମୁଁ ସେ ପୃଥ୍ବୀ ବାମନ
ଯିଏ କଳ୍ପନା ସାଗରରୁ ଉଠି
ଗଗନର ଚନ୍ଦ୍ରମାକୁ ପାଇବା ପାଇଁ
ତା ସଙ୍ଗେ ଏକାକାର ହେବାପାଇଁ
ଅସମ୍ଭବର କଳନା କରିଛି ।।
ଜାଣିଛି ତୁମେ ସେ ଚନ୍ଦ୍ରମା
ଯିଏ ଖାଲି ଆକାଶର
ଜାଣିଛି ତୁମେ ଆଉ କାହାର ନୁହଁ
ତଥାପି ମୁଁ ଅମାନିଆ ଢେଉଟେ
ଯିଏ କୂଳ ଲଂଘିବାର ମିଛ ପ୍ରୟାସକୁ
ଅବିରତ ଚେଷ୍ଟା କରୁଛି ।।
ମୁଁ କେବଳ ତୁମ ଦର୍ଶନଭିଳାସୀ
ତୁମର ଟିକକ ଦର୍ଶନ
ମତେ ପାଗଳ କରିଥାଏ
ଆଉ ନିଜଠାରୁ ନିଜକୁ ହଜାଇଦିଏ ।।
ସେ କଳାହାଣ୍ଡିଆ ମେଘମାଳା
ମୋର ଚିର ଶତ୍ରୁ
କାହିଁକି ଜାଣ ??
ତୁମକୁ ଲୁଚାଇବାର ମିଛ ପ୍ରୟାସ
ମୋର ଧୈର୍ଯ୍ୟର କାନ୍ଥକୁ
କ୍ଷଣିକେ ଭାଙ୍ଗି ଦେଇଯାଏ
ଆଉ ମୋତେ ବିବ୍ରତ କରିପକାଏ ।।
ଜାଣିଛ କି ଗୋଟେ କଥା ??
ତୁମେ ହେଇପାର ଆକାଶର
ରହିପାର ଗଗନରେ
ତଥାପି, ମୁଁ ଭଲପାଏ ଆଉ ପାଉଥିବି
ତୁମେ ହିଁ ମୋ ପ୍ରିୟା
ମୋ କଳ୍ପନାର ରାଣୀ
ମୋ ହୃଦୟର ଚନ୍ଦ୍ରମା ।।
ଶିବାନନ୍ଦ ବନଛୋର