Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୪

ଜୀବନ ଗୀତା-୩୪୪

1 min
149


ଜୀବନର ଅନ୍ଧଦିଗ

ଦେଖିନାହିଁ ଯିଏ

ପୂରାପୂରି ଜୀବନକୁ

ବୁଝିଛିକି ସିଏ ॥୦॥

ଅଂଧକାର ଗୁହା ଶେଷେ

ରହିଛି ଆଲୋକ ରେଖା

ଗୁହା ଟପିଗଲେ ସିନା

ହୋଇଥାଏ ତାର ଦେଖା

କାଳରାତି ଗଲେ ବିତି

ପୂରୁବରେ ଧୀରେଧୀରେ

ସୂର୍ଯ୍ୟ ଉଇଁଥାଏ ॥୧॥

ଅଂଧାରରେ ଧନ୍ଦିହୋଇ

ଫେରିଯାଏ ଯଦି କେହି

କେବେହେଲେ ଜୀବନରେ

ପାଏନାହିଁ ସିଦ୍ଧି ସେହି

ଅନ୍ତରରେ କି ବାହାରେ

ଦୀପ ଟିଏ ସଦାବେଳେ

ଜାଳିବାକୁ ହୁଏ ॥୨॥


Rate this content
Log in

Similar oriya poem from Inspirational