Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଚକ୍ରବ୍ଯୁହରେ ପ୍ରେମିକା - ୪

ଚକ୍ରବ୍ଯୁହରେ ପ୍ରେମିକା - ୪

1 min
7.5K


ସବୁ ନିଷ୍ପତି କଣ.

କେବଳ ତମେ ନେବ ?

ରାଗିବା, ରଗେଇବା,

କାନ୍ଦିବା ଆଉ କନ୍ଦେଇବା,

ମନଇଛା କଥା ବନ୍ଦକରିବା,

ପୁଣି କଥା ହେବା,

ଘୃଣା କରିବା,

ଓଲଟା ଧାଇଁବା,

ମନକୁ ଖୁବ୍ ଆଘାତ ଦେଇ,

କ୍ଷତାକ୍ତ କରିବା,

ଏସବୁ ବାଦ୍ କହିଲ ଦେଖି !!

ମୋ ହାତରେ ଆଉ କଣ ରହିଲା ?


ସତ କହିଲ,

ତମ ଭଲପାଇବା,

କଣ ଖାଲି ଅଭିନୟ ଥିଲା ?

ମନ ଦେବାରେ ବି,

କପଟତା ଥିଲା ?

ସେଥିରେ ସ୍ୱାର୍ଥ ଜଡିତ ଥିଲା,

ନା କିଛି ଆଶାରେ,

ବାନ୍ଧି ହୋଇଥିଲା ?


ତମେ କଣ ହରାଇଲ ଜାଣିନି,

ମୁ୍ଁ କିନ୍ତୁ ମୋ ଦମ୍ଭ,

ଆଉ ବିଶ୍ୱାସକୁ ହରାଇଛି l

ସତରେ ମୁଁ ଛିଟିକି ପଡିଛି,

କାଇଁ କେଉଁ ଅତଳ ଅନ୍ଧାରକୁ l

କହି ପରୁନି କିମ୍ବା,

କିଛି ବୁଝି ପାରୁନି,

ଏତେ ରାଗ ପୁଣି ଏତେ ଅନୁରାଗ,

ଏତେ ଜିଦ୍ ପୁଣି ଏତେ ସଂନ୍ଦେହ,

କଷ୍ଟ ବେଶି କିଏ ପାଉଛି

ଆଉ କିଏ ଦେଉଛି ?

ମୋ ରାଣ ସତ କହିବ !!!

କିଏ ବେଶି କ୍ଷତି ସହୁଛି ?


*********************************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in