Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

3  

SARATA KUMAR DAS

Others

ବର୍ଷାର ଅନ୍ତରାଳେ

ବର୍ଷାର ଅନ୍ତରାଳେ

1 min
4.8K


ଆକାଶ ବୁକୁରେ ମେଘର ମେଳଣ

ବଉଦ ଫାଙ୍କରେ ଜହ୍ନ ,

ମୋ ମନ ବୁକୁରେ କାଳବଇଶାଖୀ

ମୌସୁମୀର ନାହିଁ ଚିହ୍ନ ।।

ବରଷାର ଧାରା ଶୀତଳ ଚନ୍ଦନ

ଝରିପଡେ କେତେ ନିତି ,

ଶୀତଳ ପ୍ରଲେପ ଝିପି ଝିପି ମେଘ

ଦିଏନାହିଁ ମନେ ଶାନ୍ତି।।

ପଳାଶ ବଣରେ କାଦମ୍ବିନୀ ନାଚେ

ପ୍ରଜ୍ଵଳିତ ପ୍ରେମ ବତୀ,

ମୋ ମନ ବନରେ ନିଦାଘ ତାଣ୍ଡବ

ଶେଷ ହୀନ ଗ୍ରୀଷ୍ମ ତାତି ।।

ମଧୁ ବରଷାର ମଧୁର ଲଗ୍ନରେ

ଶ୍ରାବଣ ଆସୁଛି ଧୀରେ ,

ଝରା ଶେଫାଳୀର ଆଶାନ୍ତ ହୃଦୟ

ଭିଜେ ଆଖିର ଲୁହରେ ।।

ଆକାଶଟା ଯାହା ଝଲମଲ ଲାଗେ

ବିଜୁଳି ଚମକ ସାଥେ,

ମୋ ମନ ଆକାଶେ କଳାମେଘ ନାଚେ

ନୀରବତା ଖୋଜେ କେତେ।।

ଖୋଜୁଥିଲି ଦିନେ ମେଘରୁ ମହ୍ଲାର

ଜହ୍ନରୁ ଶୀତଳ ଜ୍ୟୋସ୍ନା ,

ଆଜି କିନ୍ତୁ ଲାଗେ ସବୁ ଭିନ୍ନ ଭିନ୍ନ

ଚନ୍ଦନ ରେ ନାହିଁ ବାସ୍ନା ।।

ସାଗର ବେଳାରେ ଖୋଜୁନି ଶାମୁକା

ଖୋଜୁନି ମୁକ୍ତା ମୁଁ ନିତି,

ବନ୍ଦୀ ମୁଁ ଆଜି ନିଜ କୋଳାହଳେ

ଖୋଜୁଛି ଟିକିଏ ପ୍ରୀତି ।।


ଶରତ କୁମାର ଦାସ

ଅଧ୍ୟାପକ,ବଡବିଲ ମହାବିଦ୍ୟାଳୟ,ବଡବିଲ

କେନ୍ଦୁଝର।


Rate this content
Log in