ଫୋନି
ଫୋନି
ଉତ୍ତପ୍ତ ସମୀର, ହାଲୁକା ହୋଇଣ,
ହୋଇ ଥାଏ ଉର୍ଦ୍ଧ୍ବ ମୁଖୀ
ସ୍ଥାନ ପୂରଣକୁ, ବୋହି ଆସିଥାଏ,
ଦେଖାଇ ସମୀର ଆଖି ।
ଧରି ଉଗ୍ର ବେଶ, ମାଡି ମାଡି ଆସ,
ନେଇ ଏକ ନବ ନାମ
ବାଂଲାଦେଶ ଦେଲା, ଫୋନି ନାମ ତୁମ,
ପ୍ରବେଶିଲ ପୁରୀ ଧାମ ।
କ୍ୟାଣ୍ଟ, ହୁଡୁ ହୁଡୁ, ତିତଲି ବି ଗଲେ,
ପ୍ରଳୟ ରଚାଇ କେତେ
ଆମ ଓଡିଶାକୁ, ତୁମରି ପ୍ରକୋପେ,
ଧ୍ୱଂସ କରି ଯାଅ ଯେତେ ।
ଫୋନି ଅର୍ଥ ଫେଣା, ଅତି ଭୟଙ୍କର,
ଗ୍ରାସ କରି ଜଳ ସ୍ଥଳ ।
ଅଶାନ୍ତ କରାଅ, ବାୟୁ ମଣ୍ଡଳକୁ,
ଜୀବ ମଣ୍ଡଳର କାଳ
ବୃହତ ଉଦ୍ଭିଦ, ହୁଏ ଧରା ସାୟୀ,
ଉଡି ଯାଏ କେତେ ଚାଳ ।
ଧନୀ ରୁହେ ସିନା, କୋଠା ପକ୍କା ଘରେ,
ହନ୍ତ ସନ୍ତରେ ଗରିବ ।
ଝାଟି ମାଟି ଘର, ଭୁଶୁଡି ପଡ଼ଇ,
ମୃତ୍ୟୁ ସଙ୍ଗେ ଲଢୁ ଥିବ ।
ତଵ ବିଭୀଷିକା, ଶ୍ରୀକ୍ଷେତ୍ର ପୁରୀରୁ,
ଆରମ୍ଭ କରିଲ ଫୋନି
ତଵ ଅଭିମାନେ, ବିପର୍ଯୟ ସ୍ଥିତି,
କରିଦିୟ ହିନୀ ମାନି ।
ଆସ କିଆଁ ତୁମେ, ଉଗ୍ର, ହିଂଶ୍ର ହୋଇ,
ଲଜ୍ୟା ନାହିଁ ତଵ ମୁଖେ
ସତ ଧିକ୍କାର ମୁଁ, କରୁ ଅଛି ତଵ,
ରଖ ଜଗତକୁ ଦୁଃଖେ ।
ଆମରି ଓଡିଶା, ତୁମ ପାଇଁ କାଳ,
ବାତ୍ୟାରେ ଆମେ ଗରିବ
ଦେଶ ବାସୀ ସଦା, ଗରୀବର ଦର୍ଯ୍ୟା,
ତୁମ ପାଇଁ ଦେଉଥିବ ।
ବାତ୍ୟା ଅଟେ କାଳ, ଓଡ଼ିଶାର ପାଇଁ,
ଉଠିବାକୁ ଦିଏ ନାଈଁ
ଟିକିଏ ଉଠିଲେ, ଭାଙ୍ଗି ଦିଏ ବାସ,
ଆସ କିଆଁ ଆମ ପାଇଁ ।
ଲୋଡ଼ା ନାହିଁ ଆମ, ତୁମ ନିମନ୍ତ୍ରଣ,
ଆସ ନାହିଁ ତୁମେ କଦା
ହିଂସ୍ର ଅତ୍ୟାଚାରୀ, ପାଏନା ଆଦର,
କଣ୍ଟା ହୋଇଥାଏ ସଦା ।
ତମ ମୁଖ ଶିରି, ଚାହିଁବାକୁ ଆମେ,
ହୃଦୟରୁ ଘୃଣା କରୁ ।
ବାତ୍ୟା ଫୋନି ତୁମେ, ଅଶାନ୍ତିର ଗ୍ରହ,
ବିଦା ହୁଅ ମୋ ମାଟିରୁ ।