Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Thriller Others

3  

Maheswar sahoo

Thriller Others

ଫୋନି

ଫୋନି

1 min
137


ଉତ୍ତପ୍ତ ସମୀର,   ହାଲୁକା ହୋଇଣ,

   ହୋଇ ଥାଏ ଉର୍ଦ୍ଧ୍ବ ମୁଖୀ

ସ୍ଥାନ ପୂରଣକୁ,    ବୋହି ଆସିଥାଏ,

   ଦେଖାଇ ସମୀର ଆଖି ।

ଧରି ଉଗ୍ର ବେଶ,   ମାଡି ମାଡି ଆସ,

    ନେଇ ଏକ ନବ ନାମ

ବାଂଲାଦେଶ ଦେଲା, ଫୋନି ନାମ ତୁମ,

   ପ୍ରବେଶିଲ ପୁରୀ ଧାମ ।

କ୍ୟାଣ୍ଟ, ହୁଡୁ ହୁଡୁ,   ତିତଲି ବି ଗଲେ,

   ପ୍ରଳୟ ରଚାଇ କେତେ

ଆମ ଓଡିଶାକୁ,    ତୁମରି ପ୍ରକୋପେ,

   ଧ୍ୱଂସ କରି ଯାଅ ଯେତେ ।

ଫୋନି ଅର୍ଥ ଫେଣା,  ଅତି ଭୟଙ୍କର,

    ଗ୍ରାସ କରି ଜଳ ସ୍ଥଳ ।

ଅଶାନ୍ତ କରାଅ,     ବାୟୁ ମଣ୍ଡଳକୁ,

    ଜୀବ ମଣ୍ଡଳର କାଳ

ବୃହତ ଉଦ୍ଭିଦ,     ହୁଏ ଧରା ସାୟୀ,

   ଉଡି ଯାଏ କେତେ ଚାଳ ।

ଧନୀ ରୁହେ ସିନା, କୋଠା ପକ୍କା ଘରେ,

   ହନ୍ତ ସନ୍ତରେ ଗରିବ ।

ଝାଟି ମାଟି ଘର,     ଭୁଶୁଡି ପଡ଼ଇ,

   ମୃତ୍ୟୁ ସଙ୍ଗେ ଲଢୁ ଥିବ ।

ତଵ ବିଭୀଷିକା,   ଶ୍ରୀକ୍ଷେତ୍ର ପୁରୀରୁ,

   ଆରମ୍ଭ କରିଲ ଫୋନି

ତଵ ଅଭିମାନେ,     ବିପର୍ଯୟ ସ୍ଥିତି,

   କରିଦିୟ ହିନୀ ମାନି ।

ଆସ କିଆଁ ତୁମେ,  ଉଗ୍ର, ହିଂଶ୍ର ହୋଇ,

   ଲଜ୍ୟା ନାହିଁ ତଵ ମୁଖେ

ସତ ଧିକ୍କାର ମୁଁ,     କରୁ ଅଛି ତଵ,

    ରଖ ଜଗତକୁ ଦୁଃଖେ ।

ଆମରି ଓଡିଶା,     ତୁମ ପାଇଁ କାଳ,

    ବାତ୍ୟାରେ ଆମେ ଗରିବ

ଦେଶ ବାସୀ ସଦା,   ଗରୀବର ଦର୍ଯ୍ୟା,

   ତୁମ ପାଇଁ ଦେଉଥିବ ।

ବାତ୍ୟା ଅଟେ କାଳ,   ଓଡ଼ିଶାର ପାଇଁ,

   ଉଠିବାକୁ ଦିଏ ନାଈଁ

ଟିକିଏ ଉଠିଲେ,    ଭାଙ୍ଗି ଦିଏ ବାସ,

   ଆସ କିଆଁ ଆମ ପାଇଁ ।

ଲୋଡ଼ା ନାହିଁ ଆମ,    ତୁମ ନିମନ୍ତ୍ରଣ,

   ଆସ ନାହିଁ ତୁମେ କଦା

ହିଂସ୍ର ଅତ୍ୟାଚାରୀ,   ପାଏନା ଆଦର,

   କଣ୍ଟା ହୋଇଥାଏ ସଦା ।

ତମ ମୁଖ ଶିରି,     ଚାହିଁବାକୁ ଆମେ,

   ହୃଦୟରୁ ଘୃଣା କରୁ ।

ବାତ୍ୟା ଫୋନି ତୁମେ,  ଅଶାନ୍ତିର ଗ୍ରହ,

  ବିଦା ହୁଅ ମୋ ମାଟିରୁ ।


Rate this content
Log in

Similar oriya poem from Thriller