Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପାଣିକୁ ଫୁଟାଇ ପିଅ

ପାଣିକୁ ଫୁଟାଇ ପିଅ

1 min
7.2K


ପାଣିକୁ ଫୁଟାଇ ପିଅ

ମହେନ୍ଦ୍ର କୁମାର ଘଡେଇ

ସୁକୁଟା ସାହୁର ପେଟ ଗୋଳମାଳ

ଲାଗିଛି ତରଳ ଝାଡା

ତା’ ପାଖରୁ ଡେଇଁ ଜଣ ପରେ ଜଣେ

ଖଟିଆରେ ପୁରା ପଡା ।

ଚକଡା ଚକଡା ଫଳି ଗଲା ଦେହ

ଫୁଲକୁ କୁଣ୍ଡିଆ ରୋଗ

ତୁଟୁକା ଓଷଦ ଝଡାଫୁଙ୍କା ଗୁଣି

ନ ହୁଏ ତା’ ଦେହ ବାଗ ।

କେଡେ ଚେହେରାର ବଇନ ପଧାନ

ଥରୁଛି ଜରରେ ଶୋଇ

ଘଡ଼ି ଘଡ଼ି ଚେତା ହରାଇବସିଛି

ଭାଳେଣି ତାହାରି ପାଇଁ ।

ଘାଆ ଘାଉଡରେ ନଖିଆ ପୁଅଟା

ହେଉଛି କି କଲବଲ

କେତେ ଆଡୁ କେତେ ପାଠ୍ୟ ଆଣି ଦେଲେ

ହେଉନି ରୋଗଟା ଭଲ ।

ଗୁଣିଟୁଣି କିଏ କରିଅଛି ବୋଲି

ଗାଆଁ ଲୋକେ କୁହାକୁହି

ଦିଅଁଦେବତାଙ୍କ କୋପ ଆଖି ପାଇଁ

ଘଟିବା କୁହନ୍ତି କେହି ।

ବିପିନ ସୁଇଁର ସାବା ସାନପୁଅ

ପାଠ ପଢି ଦୂରେ ରହେ

ତନ୍ତର ମନ୍ତର ଗୁଣିଆ ପେଷଣ

ଡାହା ମିଛ ବୋଲି କହେ ।

ଖୋଲାକୂଅ ନଦୀନାଳ ପାଣି ପିଇ

ପଡୁଛେ ରୋଗରେ ଭାଇ

ନ ବୁଝି ବିଚାରି ପର ପରେ ଦୋଷ

ଦେଉଛେ ଅଜଣା ହୋଇ ।

ନଳ ହେଉ ଅବା ଗଭୀର କୂଅର

ପାଣିକୁ ଫୁଟାଇ ପିଅ

ବାସି ପଚାଶଢା ଖାଇବା ବରଜି

ହସଖୁସି ହୋଇ ଜିଅ ।

ଘର ଚାରିପାଖ ଅଳିଆ ଅସନା

ହଟାଇବ ନିଜ ହାତେ

ମଶାରି ଭିତରେ ଶୋଇବ ନିଇତି

ଦୂରେଇ ରୋଗକୁ ଯେତେ ।

ଭଲ କାମଟି କରିବା ପାଇଁ କି

ଲୋଡ଼ା ଭଲ ଦେହ ମନ

ସଚେତନ ହୋଇ ଯତନ କରିଲେ

ପାଇବ ହଜିଲା ଧନ ।


Rate this content
Log in