Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhakar Pradhan

Classics

4.8  

Sudhakar Pradhan

Classics

ନୀରବ

ନୀରବ

1 min
752


ଉତ୍କଳମଣି ଗୋପବନ୍ଧୁ ଦାସ


ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,

ନୀରବେ ଆକାଶେ ଉଦେ ରବି-ଶଶୀ-ତାରା,

ନୀରବେ ବଢ଼ଇ ତରୁଲତା-ମହୀଧର

ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର୤

ମହା-କାଳ-ପାରାବାର ଅନନ୍ତ ଗରଭେ

ମିଶଇ ସମୟ-ସ୍ରୋତ ସତତ ନୀରବେ,

ନୀରବେ ଜଗତ କରେ ନିଜ କକ୍ଷେ ଗତି

ନୀରବ ନିଖିଳ ବିଶ୍ବ ନିଗୂଢ ଶକତି୤

ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ,

ନୀରବେ ସରସୀ-ବକ୍ଷେ ହସେ ଶତଦଳ,

ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ,

ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ୤

ତେବେ କିପାଁ ଚଉଦିଗେ ଚହଳ ଚିତ୍କାର,

କିପାଁଇ ମାବନ କରେ ଏତେ ଅପଚାର?

ଚାହିଁ ଅନ୍ତରୀକ୍ଷ, ଚାହଁ ଆପଣା ଅନ୍ତର,

ଶୁଣ ଶିଖ ସାଧ ସଦା ନୀରବ ମନ୍ତର୤


Rate this content
Log in

More oriya poem from Sudhakar Pradhan

Similar oriya poem from Classics