Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Tragedy

2  

Prakash Ranjan Parida

Tragedy

ସ୍ବପ୍ନମନସ୍କ

ସ୍ବପ୍ନମନସ୍କ

1 min
7.4K




ଶୁନଶାନ୍ ରାସ୍ତା, ନିର୍ଜନ ନଈପଠା

ଆମ୍ବ ତୋଟା ବଉଳର ମହମହ ବାସ୍ନା

ସ୍ୱପ୍ନମନସ୍କ ମଣିଷ କିନ୍ତୁ ଢ଼େର ବେଶୀ ଏକୁଟିଆ ।

ନିସଂଗତାର ନୀଳବହ୍ନିରେ ଜଳୁଛି ଆକାଶ

ଛାତିତଳ କୋହର କୁହୁଡିରେ

ପୋଡିଯାଉଛି ଆମ୍ବ ବଉଳ

ସେ କେମିତି ଭରଷି ଯିବ ଯେ -

ମଥା ଉପରକୁ ଲମ୍ବିଆସୁଥିବା ହାତ ସବୁ

ଆଶୀର୍ବଦର ହାତ, ବିଶ୍ୱାସର ଛାତ ବୋଲି ।

ସେ ତ' ଜଳିସାରିଛି ଅନେକଥର ଛଳନା ନିଆଁରେ,

ଆପଣା ଇଛାରେ ବଂଚି ପାରିନି ସତ

ମରିବି ଯାଇନି-

ଯେହେତୁ ଅମରି ଗଛଟେ ପରି ସେ ମରିବା ଶିଖିନି ।

ଲୁଣ୍ଠିତ ହେଉପଛେ ସଂସାରୁ ସୁହାଗ

ଦୂର୍ନୀତି, ଅତ୍ୟାଚାରର ନିର୍ମମ କାହାଣୀରେ ଭରିଯାଉ ପଛେ,

ଖବରକାଗଜର ପୃଷ୍ଠା ପରେ ପୃଷ୍ଠା,

ତଥାପି ସ୍ୱପ୍ନମନସ୍କ ମଣିଷ ତିଆରୁଥିବ

ଗୋଟେ ନିର୍ଭେଜାଲ୍ ପୃଥିବୀ, ନିଷ୍କଳଂକ ଉଦାର ଏକ ଆକାଶ ।

ଏଠି ନିରୁପାୟ ମଣିଷ

ଆଖି ଖୋଲିଲେ ଭେଟୁଛି ବହଳ ଅନ୍ଧାର

ଅଜାଣତେ ଶିକାର ହେଉଛି କାହା ଷଡଯନ୍ତ୍ରର,

ଏଠି କାହା ପାଇଁ କାନ୍ଦିବ ସ୍ୱପ୍ନଭୂକ୍ ମଣିଷ ଜଣକ

ଦି'ପାଦ ଭୂଇଁ କୁ ମୋର ବୋଲି କହିପାରୁନଥିବା

ବିସ୍ତାପିତ ମଣିଷ ପାଇଁ ନାଁ-

ହକ୍ ଦାବିକରି ପୋଲିସଠୁ ମାଡ଼ ଖାଉଥିବା ଶିକ୍ଷକ ପାଇଁ,

କାହାର ଭାଂଗି ଯାଇଥିବା ଘର ପାଇଁ ଯୋଗାଡ କରିବ

ମଝିଖୁଣ୍ଟ ଓ ସେଣୀ ।

ବାସ୍ ଏତିକି ଥାଉ-

ଏତିକିରେ ସରିଯାଉ ଦୁଃଖ ର ଅଭିଧାନ,

ଅତଏବ୍ ସ୍ୱପ୍ନମନସ୍କ ମଣିଷଟି ଗଢ଼ୁଥାଉଆପଣା ମର୍ଜିରେ ବିସ୍ୱସ୍ଥ ପୃଥିବୀ,

ତା ଅଶ୍ରୁଜଳେ ଜୀବନ୍ୟାସ ପାଉଥାଉ ଆତ୍ମୀୟ ମାଟି

ସେ ଶୋକ ରେ ଶ୍ରାଦ୍ଦ ବାଢ଼ୁଥାଉ,କାଲି ରାତିରେ ବହିପୃଷ୍ଠା ଭିତରେ

ଚାପି ହୋଇ ମରିଥିବା ପତଙ୍ଗ ପାଇଁ,

ବୁଢ଼ୀଆଣୀ ଜାଲ ଭିତରେ କବର ନେଇଥିବା ମାଛି ପାଇଁ ।

ଉତ୍ତର ନାହିଁ ଏଠି ସମୟ ପାଖରେ

କାହାର ଭାତଗୁଣ୍ଡା କେମିତି ଆଁ ପାଖକୁ ଯାଏ-

କିଏ ରକ୍ତ ବିକି ଭାତ କିଣେ ?

କିଏ ଭୋକ ପାଇଁ ଦେହ ବିକେ ?

ଅଥଚ ସମୟ ହିଁ ସାକ୍ଷୀ

ସବୁ କଳଂକର ଦ୍ରୋହ,ବୀପ୍ଳବର ।

ଅପେକ୍ଷା କେବେ ରାତି ପାହିବ

ପେନ୍ଥେ ବଉଳକୁ ଧରି

କେଉଁ ମିତ କେବେ କାହାକୁ ଅପେକ୍ଷା କରିବ ,

ସାକ୍ଷୀ ରହିବ ଶୂନଶାନ ରାସ୍ତା ଆଉ ନିର୍ଜନ ନଈପଠା ।।


....

Email:litp.ranjan@gmail.com


Rate this content
Log in

Similar oriya poem from Tragedy