Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Others

3  

Raja Sekhar CH V

Others

ଅନନ୍ତ ଆକାଶ

ଅନନ୍ତ ଆକାଶ

2 mins
3.3K


ଶ୍ରୀ ରାଜଶେଖର ସି 'ଚିମା'


ଆକାଶପ୍ରାନ୍ତ ପର୍ଯ୍ୟନ୍ତ ଦିଶୁଛି ଅନନ୍ତ ଆକାଶ,

ପଞ୍ଚଭୂତଙ୍କ ମଧ୍ୟରୁ ଯାହା ଅନୁପମ ଅଦ୍ଵିତୀୟ ଅଂଶ |୧|


ଅମ୍ବର ଯୋଗୁଁ ବିଦ୍ୟମାନ ଅଛନ୍ତି ନକ୍ଷତ୍ର ଗ୍ରହ ଉପଗ୍ରହ,

ଅନମ୍ବର ଶୂନ୍ୟସ୍ଥାନ ଦ୍ୱାରା ଆକୃଷ୍ଟ ଦିଶନ୍ତି ଏହି ସୁନ୍ଦର ଆକାଶସ୍ଥ ଗ୍ରହ ସମୂହ |୨|


ଅବନୀରେ ଆକର୍ଷକ ଲାଗେ ସଞ୍ଜସକାଳ ରକ୍ତବର୍ଣ୍ଣ ସୂର୍ଯ୍ୟବିମ୍ବ,

ଗଗନରେ ରିମଝିମ ରୂପେଲି ଲାଗେ ପୁନେଇ ରାତିର ଚନ୍ଦ୍ରବିମ୍ବ |୩|


ଅତି ମନୋହର ଯେ ଆକାଶର ଆକାଶଗଙ୍ଗା,

ଭୂଲୋକର ମନ୍ଦାକିନୀ ନଦୀ ଆମ ପାଇଁ ଆକାଶଗଙ୍ଗା |୪|


ନୀଳଗଗନରେ ନୟନାନନ୍ଦକର ରୌପ୍ୟ ଚମକ ମେଘ,

ଘନାଚ୍ଛନ୍ନ ଘନାକାରରୁ ଘନଘନ ମେଘୁଆ ବର୍ଷା ଅତ୍ୟନ୍ତ ଅମୋଘ |୫|


ବର୍ଷା ଅନନ୍ତର ନଭୋମଣ୍ଡଳରେ ସ୍ନିଗ୍ଧ ଲାଗେ ଇନ୍ଦ୍ରଧନୁର ସପ୍ତରଙ୍ଗ,

ପ୍ରାତଃ ସନ୍ଧ୍ୟା ସାୟଂ ସନ୍ଧ୍ୟାକାଳର ନିଷ୍ପ୍ରଭ ଆଲୋକ ଆକାଶ ଦେଖାଏ ରମ୍ୟ ରଙ୍ଗ |୬|


କେତେ ଯେ ମନୋହର ରାତି ସମୟର ତାରାପୁଞ୍ଜ,

ସପ୍ତଋଷି ମଣ୍ଡଳ ପରି ନକ୍ଷତ୍ରପୁଞ୍ଜ ଲାଗନ୍ତି ଯେ ଜ୍ୟୋତିଃପୁଞ୍ଜ |୭|


ଅନ୍ତରୀକ୍ଷରୁ ପରିଚିତ ହେଲେ ଧ୍ରୁବତାରା ଅରୁନ୍ଧତୀ ବଶିଷ୍ଟ,

ଜନ୍ମନକ୍ଷତ୍ର ଦ୍ୱାରା ଜନ୍ମପତ୍ରିକା ସୃଜନର ଜ୍ଞାନ ବହୁ ବରିଷ୍ଠ |୮|


ଗ୍ରହ ନକ୍ଷତ୍ରର ଚଳନରୁ ମିଳିଛି ଜ୍ୟୋତିର୍ବିଜ୍ଞାନ ଜ୍ୟୋତିର୍ବିଦ୍ୟା,

ମହାମହୋପାଧ୍ୟାୟ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କୁ ସାମ୍ପ୍ରାପ୍ତି ହୋଇ ଥିଲା ଏହି ବିଶିଷ୍ଟ ବିଦ୍ୟା |୯|


ମହାମହୋପାଧ୍ୟାୟଙ୍କ ଗବେଷଣା ସତ୍ୟସନ୍ଧାନର ପରିଣାମ ସିଦ୍ଧାନ୍ତ ଦର୍ପଣ,

ଓଡ଼ିଆ ପଞ୍ଜିକା ପ୍ରସ୍ତୁତି ହେତୁ ଯାହାର ଗଣନା ସଯତ୍ନବିଚାରର କରାଯାଏ ଅନୁସରଣ |୧୦|


ରାତ୍ରି ନଭରେ ଜାଜ୍ୱଲ୍ୟମାନ ଚମକୁଥିବା ତାରକା ଲାଗନ୍ତି ଯେ ଦେଦୀପ୍ୟମାନ ଦିବ୍ୟ ଦୀପ,

କାର୍ତିକ ମାସରେ ରାଇ ଦାମୋଦରଙ୍କ ସ୍ମରଣରେ ପ୍ରଜ୍ଜ୍ୱଳନ କରାଯାଏ ଆକାଶପ୍ରଦୀପ |୧୧|


ଆକାଶରେ ହିଁ ଦିଶେ ସୂର୍ଯ୍ୟ ଚନ୍ଦ୍ରଙ୍କ ଗ୍ରହଣ,

ଚିରଦିନେ ରହେ ସମ୍ପୂର୍ଣ ସୂର୍ଯ୍ୟ ଚନ୍ଦ୍ର ପରାଗର ସ୍ମରଣ |୧୨|


ସନାତନ ଧର୍ମରେ ବହୁ କଥା ଜନେଇଛି ଆକାଶବାଣୀ,

କୃଷ୍ଣବତାରରେ କ୍ରୂର କଂସକୁ ମୃତ୍ୟୁଦଣ୍ଡର ମିଳିଲା ସତର୍କବାଣୀ |୧୩|


ଆଧୁନିକ ସମୟରେ ବେତାର ଦ୍ୱାରା ବାର୍ତ୍ତା ସୂଚନା ପ୍ରସାରଣ ପାଇଁ ପରିଚିତ ଅଛି ଆକାଶବାଣୀ,

ଆକାଶ ଯୋଗୁଁ ସୁଦୂର ପ୍ରାନ୍ତ ପର୍ଯ୍ୟନ୍ତ ଅନର୍ଗଳ ବେତାର ତରଙ୍ଗ ପହଞ୍ଚେଇ ପାରୁଛନ୍ତି ପ୍ରତି ବାଣୀ |୧୪|


ଅନନ୍ତ ଆକାଶ ରହିବ ସର୍ବଦା ଅପହଞ୍ଚ ,

ସମସ୍ତଙ୍କ ଅସ୍ତିତ୍ତ୍ୱ ହେତୁ ଯାହା ଅନିବାର୍ଯ୍ୟ ମଞ୍ଚ |୧୫|


Rate this content
Log in