Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Inspirational

3  

Kamala Satpathy

Inspirational

ଗଣ୍ଠି

ଗଣ୍ଠି

15 mins
6.9K


ସମ୍ପର୍କର ଜଉଘରେ

ନିଆଁ ଥରେ ଲାଗିଗଲା ପରେ

ହୁତୁହୁତୁ ଜଳୁଥିବା ହୃଦୟକୁ

କିଏ ବା କେମିତି ଲିଭେଇ ପାରେ !

ମାନ ଅଭିମାନ କ୍ରୋଧ ଘୃଣା ସାଙ୍ଗେ

ଈର୍ଷା ଅସୂୟାକୁ ନେଇ

ବାଟ ଚାଲୁଥିବା ବେଳେ

କାହାର ଶୀତଳ ପରଷ

ସେ ଅବୁଝା ମନକୁ କ’ଣ

ଆଉ ସତରେ ଫେରେଇ ଆଣିପାରେ !

ସଂପର୍କର ଡୋରି ଛିଡିଯାଇଛି

ଦୂରେଇ ଯାଇଛି ମନ

ତା’ର ଅତି ଆପଣାର ମନ ପାଖରୁ

ତୁମେ ଚେଷ୍ଟା କରୁଛ

ଯୋଡି ଦେବାକୁ ତାକୁ ପୂର୍ବ ପରି !

କିନ୍ତୁ ସେ ଯୋଡ ପାଖରେ

ପଡିଥିବା ଗଣ୍ଠିକୁ

କେମିତି ଲୁଚେଇ ପାରିବ ତୁମେ

ମୋ ଆଖି ଆଗରୁ

ଯାହା ରହିଗଲା ସେଠି ଚିରଦିନ ପାଇଁ !

ଦୁଃଖର କଥା ଏଇଆ ଯେ

ଯେତେ ଆଖି ବୁଜିବାର ଛଳନା କଲେ ବି

ସେ ଗଣ୍ଠିକୁ

ଏବେ ସୁଦ୍ଧା ଅନ୍ଧାରରେ

ମୁଁ ସ୍ପଷ୍ଟ ଦେଖିପାରେ !!

                       -0-


Rate this content
Log in

Similar oriya poem from Inspirational