Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Romance

2  

Bhakta Malla

Romance

ପ୍ରେମ କଥା , କିଛି ବ୍ୟଥା

ପ୍ରେମ କଥା , କିଛି ବ୍ୟଥା

1 min
7.1K


ତୁମେ ଯଦି କେବେ କବିତା ଲେଖିବ

ପ୍ରେମ ପ୍ରଣୟ ର କଥା,

ନ ରହିବ ଯଦି ବିରହ ବେଦନା

ଅଶ୍ରୁଳ କିଛି ବ୍ୟଥା ;

ନ ଲାଗିଛି ଯେବେ ମଥାରେ କଳଙ୍କ

ଦେହରେ ରକ୍ତ ଛିଟା ,

ନ ଜଳିଛ ଯଦି ଦଗ୍ଧ ହୃଦୟେ

ସିଏ କି' ପ୍ରେମରେ ଲେଖା ??

ନିଭିଯିବ ନିଶ୍ଚେ

ଜଳିଯିବା ଆଗୁ

ପୂର୍ଣ୍ଣ ନୁହେଁ ପ୍ରେମ କଥା ।।


ଆହା ସେଇ ପ୍ରେମ ସ୍ନିଗ୍ଧ ଶୀତଳ

ଚନ୍ଦନ ବନ ଛାଇ,

ନିଜ ଠାରେ ନିଜେ ହଜି ଯିବା ସତ

ପ୍ରେମରେ ମଜ୍ଜିବା ପାଇଁ ;

ନ ଭିଜିଛ ଯଦି

ଉଷ୍ଣ ଉତ୍ତାପେ

ପ୍ରେମର ସରାଗ କାହିଁ ।।


ନ ଭୋଗିଛ ଯଦି ପ୍ରେମର ଦହନ

ଅନୁପମ ଅନୁରାଗେ,

ନ ବୁଡିଛ ଯଦି ପ୍ରେମ ପାରାବାରେ

ବିହ୍ବଳ ବିସ୍ମୟ ଭାବେ,

ଝଡି ଯିବ ନିଶ୍ଚେ

ପାର୍ବଣ ପୂର୍ବୁ

ସ୍ତିମିତ ଅସ୍ତରାଗେ ।।


ଭକ୍ତ ଚରଣ ମଲ୍ଲ

18th December 2017


Rate this content
Log in

Similar oriya poem from Romance