Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2.5  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜଣେ ଜାଣେ

ଜଣେ ଜାଣେ

1 min
6.8K


ରୋମାଣ୍ଟିକ କବି ମାୟାଧର ମାନସିଂହ


ବସୁଧାର ହୃଦ-ବ୍ୟଥା ଜାଣେ ବାରିବାହ,

ଅମୃତ-ଆସାରେ କରି ତା'ରେ ଅବଗାହ

ରୋମାଂଚିତ କରେ ଶସ୍ୟେ ।କୁସୁମ-ବ୍ୟଥିତ

ତପନ ଜାଣଇ ମାତ୍ର,ପ୍ରଭାତେ ଚୁମ୍ବିତ

ଧୀରେ କରି,କରେ ତାରେ ସୁରଭି-ସୁନ୍ଦର,

ହସାଏ କ୍ଷଣକ ଲାଗି ।ଶୁଭ ନୀଳାମ୍ବର

ଆଲୋକର ବ୍ୟଥା ବୁଝେ ।ନୀରବ ନିଶୀଥ

ପ୍ରେମିକର ବ୍ୟଥା ବୁଝେ- ପ୍ରେୟସୀ- ଶିଞ୍ଜିତ

ଶୁଣାଇ ଶ୍ରବଣେ ତା'ର ।ନିଖିଳ ଭୁବନେ

ବୁଝିବାକୁ ଜଣକର ବ୍ୟଥା ଆଉ ଜଣେ

ସୃଜିଛି ପରମ ସ୍ରଷ୍ଟା; ବିଶ୍ଵଜନତାରେ

ସକଳେ ଉପେକ୍ଷି, ଚିତ୍ତ ବାଛିନିଏ ତାରେ

ଜୀବନ-ସଙ୍ଗିନୀ କରି ।ସେହି ସେ ବିଧାନେ

ପ୍ରିୟା-ପ୍ରାଣ ଯୁକ୍ତ ହେଲା ଏ ଅଧମ ପ୍ରାଣେ ।



ସମାପ୍ତ


Rate this content
Log in

Similar oriya poem from Classics