ଭୋଳା ବାବା
ଭୋଳା ବାବା
1 min
7K
ଶ୍ରାବଣ ମାସରେ ବହେ ଜଳଧାରା
ସବୁଆଡେ ଜଳ ପୂର୍ଣ୍ଣ
ତଥାପି ଜଳୁଛି ଜଳ ଖୋଜୁଅଛି
ଭୋଳାବାବା ପଞ୍ଚାନନ
ସେଥିପାଇଁ ପରା ଭକତ ଦଉଡେ
କାନ୍ଧରେ ଧରି କାଉଡି
ବମ୍ ବମ୍ ଭୋଳା ଶବଦ କରିଣ
ଯାଆନ୍ତି ଧାଡିକି ଧାଡି
ଦେଖିଲେ ଭକତି ଆସଇ ମନରେ
ଭ୍ରାତୃ ପ୍ରେମ ଯାଏ ବଢି
ଭୋଳା ବାବା ଖେଳ ଦେଖ ହେ କେମିତି
ଦେଇଛନ୍ତି ଲୀଳା ଯୋଡି
ଭକତି ଜଳରେ ଧୋଇ ଦିଅ ଭାଇ
ଭୋଳାବାବାର ଚରଣ
ଜଗତ ପାଇଁ ଯେ ନିଜେ ଜଳୁଅଛି
ଅଛି କେ ହେବ ତା ସମ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)