ସ୍ମୃତି
ସ୍ମୃତି
ସ୍ମୃତିର ସେ ପାଉଁଶ ଗଦାରେ
ଦିଶେ ତୁମ ମଥାର ସିନ୍ଦୁର ।
ଝଟକଇ ଚିରଦିନ ପାଇଁ
ହୋଇ ତୁମ ସଧବା ସ୍ୱାକ୍ଷର ॥
ତୁମେ କଣ ଭୁଲିଗଲ ସବୁ
ସ୍ନୃତି ଯେତେ ଆମ ଅତୀତର ।
ସପନେ ବି ଆସନି ତ କେବେ
ଭୁଲ କଣ ରହିଗଲା ମୋର ॥
ଏତେ ବଡ ଦୁନିଆରେ କିଛି
ଭଲଲାଗେ ନାହିଁ ତୁମ ବିନା ।
ତୁମେ ଛାଡି ଚାଲିଗଲା ପରେ
ବଞ୍ଚିଛି ମୁଁ ମୃତ ପ୍ରାୟ ସିନା ॥
ଆମ ପ୍ରେମ ସନ୍ତକ ସ୍ୱରୂପ
ଦେଇଗଲ ଯେଉଁ ଉପହାର ।
ମାଆ ସ୍ନେହ ସବୁଦିନ ପାଇଁ
ତାଆ ଠାରୁ ହୋଇଗଲା ଦୂର ॥
ତା ମୁହଁରେ ଦେଖେ ତୁମ ମୁହଁ ।
ତା ହସରେ ଭୁଲିଯାଏ କୋହ
ଜାଣେନା ମୁଁ କେତେଦିନ ପରେ
ଦୁନିଆରୁ ତୁଟିବ ଏ ମୋହ ॥
******
(କବିତାଟି ପତ୍ନୀ ବିୟୋଗ ଜନିତ ବିରହ ଉପରେ ଆଧାରିତ। ପ୍ରେମ ବିବାହ ପରେ ସନ୍ତାନଟିଏ ଜନ୍ମ ଦେଇ ମୃୃତ୍ୟୁ ବରଣ କରିଥିବା ପତ୍ନୀ ପାଇଁ ଶୋକାଭିଭୂତ ପତି ମନର କଥା କବିତାରେ ରୂପ ପାଇଛି।)