ପ୍ରେମିକା
ପ୍ରେମିକା
ଅଜସ୍ର ଭଲ ପାଇବାର
ଭାଷାକୁ ଏକାଠି ସଜାଡିଲି,
ଶବ୍ଦ କୁ ଶବ୍ଦ ଗୁନ୍ଥି
ମାଳାଟିଏ କଲି,
ଚୁପଚାପ୍ ନିର୍ଜନ ବେଳରେ
ସଜେଇଲି ତୋ ପାଇଁ ପ୍ରିତି ପାର୍ବଣ,
ତୁମେ ମୋତେ ଚାହଁ ବା ନଚାହଁ,
ତୁମେ ମୋତେ ଛୁଅଁ ବା ନଛୁଅଁ,
ବାରମ୍ବାର ପାଇଛି ତୁମକୁ ସ୍ବପ୍ନର
ନାୟିକା ପରି,
ବର୍ଷା ରାତ୍ରିର ଅମାଅନ୍ଧକାରରେ,
ପାଇଛି ତୁମକୁ ଉଜ୍ଜ୍ବଳ ନକ୍ଷତ୍ରଟେ ପରି,
ଆଉ ମୋର କବିତାରେ ଶବ୍ଦର
ସଙ୍ଗିନୀ ପରି ।
ତୁମେ ତ ରୂପସୀ,
ଏ ଜନ୍ମରେ କରିଅଛ ମୋତେ
ପ୍ରେମ ଭରିଦେଇ ଜୀବନକୁ
ମୋର ପ୍ରିତୀପୁର୍ଣ୍ଣା ।
ବୁଝାଇଛ ମୋତେ ଫଗୁଣର ରଙ୍ଗରେ
ମାଖିଦେଇ ପ୍ରେମର ପରିଭାଷା ।
ତୁମେ ତ ପ୍ରିତୀ ମୋର ହୃଦୟର,
ଭଲପାଇବା ମୋ କବିତାର,
ଜୀବନ ସଙ୍ଗିନୀ ମୋ ଅନ୍ତିମ ଜୀବନର,
ସେଥିପାଇଁ ଝୁରିବସେ ଜୀବନେ
ତୁମକୁ ନିରନ୍ତର,
ତୁମେ ପ୍ରେମିକା ମୋର ଓ ମୁଁ ପ୍ରେମିକ ପ୍ରବର ।।