ପ୍ରୀତି କବିତା
ପ୍ରୀତି କବିତା
1 min
6.8K
ମୁଁ ପଚାରୁଥିବା
ସବୁ ତକ ପ୍ରଶ୍ନର ଉତ୍ତର ତ ଦେଇଦିଅ
ହେଲେ ସେ ସବୁ ତ
ସାଜି ଯାଏ ମୋ ପାଇଁ
ଗୋଟେ ଗୋଟେ ପ୍ରଶ୍ନ
ଖୋଜିବାକୁ ତ ନିଇତି ମୁଁ
କରିଥାଏ କେତେ ଯେ ପ୍ରୟତ୍ନ
ହେଲେ ତ ପାଏ ନା
ଗଢି ବସେ ମୋ ପାଇଁ ତ
ଭିନ୍ନ ଏକ ପ୍ରଶ୍ନର ଦୁନିଆ ।
ତୁମ ପ୍ରତିଟି କଥାରେ
କାହିଁକି ଯେ ଭରିରହେ
ବାସ୍ତବ ଓ ଅବାସ୍ତବର ପ୍ରତିରୂପ
ବିଗତ ସ୍ମୃତି ସବୁର
ମତୁଆଲା ପୀରତିର
ଧାରେ ଧାରେ ପ୍ରିୟା
ତୁମ ବିରହର ଦୁଃଖ
ମେଞ୍ଚା ମେଞ୍ଚା ଖୁସି
ତା ସାଥିରେ ପୁଣି
ମୋ ମଥାରେ ବୋଳା
ତୁମ ସେଇ ପ୍ରେମର କଳଙ୍କ ।