Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Others

3  

Prasanta kumar Hota

Others

ନିଦ ଛଡା ରାତି

ନିଦ ଛଡା ରାତି

1 min
7.0K


ନିଦ ଛଡା ରାତି ମଦ ଭରା ମତି

ଏକା ଏକା ଭଲ ଲାଗେନା

କିଏ ଦେବ ମୋତେ ସାହା ସାରା ରାତି

ଏକା ଏକା ରହି ପାରେନା

ଏକା ଏକା ରହି ପାରେନା

ପାଇଥିଲି ମୁହିଁ ପାଖେ ଯେବେ ତୋତେ

ଦେଇଥିଲି କେତେ ସାଥି

ରହିଗଲା ହେତୁ ବୁଝି ପାରିଲିନି

ଜୀବନଟା ଗଲା ବିତି

ନିଦ ଛଡା ରାତି ମଦ ଭରା ମତି

ଏକା ଏକା ଭଲ ଲାଗେନା---

ପିଲା ଖେଳ ଠାରୁ ପାଠ ଶେଷ ଯାଏଁ

ସବୁଠାରେ ତୁମ ସାଥେ

ଆଜି ଏ ବିପଦେ ସାହା ଖୋଜେ ବୋଲି

ହତାଶା କାହିଁକି ମୋତେ

ହତାଶା କାହିଁକି ମୋତେ

ନିଦ ଛଡା ରାତି ମଦ ଭରା ମତି

ଏକା ଏକା ଭଲ ଲାଗେନା ---

କଥା ମୁଁ ଦେଉଛି ତଥାପି ତୁମକୁ

ରଖି ଥିବି ହୃଦେ ସଦା

ଜୀବନ ଧରିବି ତୁମ ବିନା ପଛେ

ପ୍ରେମ ନୁହେଁ ପ୍ରତିସ୍ପର୍ଦ୍ଧା

ପ୍ରେମ ଅଟେ ମାନ ପ୍ରେମ ଅଟେ ପୂଜା

ପ୍ରେମ ପ୍ରିୟତମ ରୋଜା

ପ୍ରେମ ପାଇଁ ଯାର କାମ ହୁଏ ଖର

ତାର ସିନା ତନୁ ଖୋଜା

ତୋତେ ମୁଁ ରଖିଚି ମନ ମନ୍ଦିରରେ

ତୋର ସ୍ମୃତି ପଟ ଆଙ୍କି

ତୁ କାହୁଁ ବୁଝିବା ମୋ ହୃଦ ଦରଦ

କେହି ନାହିଁ ତାର ସାଖି।

ନିଦ ଛଡା ରାତି ମଦ ଭରା ମତି

ଏକା ଏକା ଭଲ ଲାଗେନା----

ପ୍ରଶାନ୍ତ କୁମାର ହୋତା ...


Rate this content
Log in