ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
-------- -- - - -----------
୨୨-୧-୧୨
ଜିଅନ୍ତା ଶବକୁ କାନ୍ଧେ ବୋହି ଚାଲେ
ଏକାକୀ ବାଟୋଇ ଟିଏ
ହସକୁ ଲୁଚାଇ ପଥଧାରୁ ଦେଖି
ଯାଉଛନ୍ତି ଯେତେ ଯିଏ
ବାଧ୍ୟେ ବେଦନାକୁ ବ୍ୟାକୁଳ ହୃଦୟ
ବନ୍ଦେ ବିଭୁ ଇଚ୍ଛା ମାନି
ବାକିଆ ଜୀବନ ଚଳିବାକୁ ହେବ
ବିଦ୍ରୋହେ ବିଭୋର ହାନି
ଏଇତ ଜୀବନ ଜୁଇ ଜଳା ଗାତେ
ଘାସଟି ଜଳି ବି ଜିଏଁ
ଜିଅନ୍ତା ଶବକୁ କାନ୍ଧେ.......
ଉପରରୁ ତଳ ତଳରୁ ଉପର
ଚକ ସାଥେ ବୁଲେ ପହୀ
ଏଇ ମଣିଷତ ନିଥର ପଥରେ
ଫୁଲକୁ ପାରେ ସଜେଇ
ଯା ବିଚାର ଦୃଢ଼ ସେ ପାରଇ ବଞ୍ଚି
ସାଂସାରୀକ ଝଡ଼ ମୁହେଁ
ଜିଅନ୍ତା ଶବକୁ କାନ୍ଧେ.........