Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational Others

ନୀଳ ଆକାଶରେ ମେଘର କୁନ୍ତଳ

ନୀଳ ଆକାଶରେ ମେଘର କୁନ୍ତଳ

1 min
7.0K


ମହାସ୍ମୀତା


ନୀଳ ଆକାଶରେ ମେଘର କୁନ୍ତଳ,

ବରଷାର ମୋତି ଝରେ l

ଧୂସର ଏ ମୋର ମରୁଭୂମି ତୀରେ,

ବରଷାକୁ ନିତି ଝୁରେ।

ତମେତ ଆସୁଛ ଦରିଆ ସେପାରୁ,

ସପନ ବଣିକ ହୋଇ,

ବରଷା ଝରୁଛି ଫୁଲ ଓ ପତ୍ରରେ

ନୂତନ ସର୍ଜନା ପାଇଁ।

ବର୍ଷା ବିଭୋର କବିପଣ ମୋର,

କଲମତ ଲେଖୁଥାଉ l

କିଛି ଅଧାଲେଖା କାହାଣୀ ଲେଖିଛି,

ଅକୁହା ତ କିଛି ଥାଉ।

ବର୍ଷା ନାଚୁଛି ସକାଳ ପ୍ରହରୁ,

ଥମିବାର ଆଶା ନାହିଁ l

ବରଷା ଆଣିଛି ନିନ୍ଦାର ନୁପୂର

ମୋ ପାଦେ ବାନ୍ଧିବା ପାଇଁ।

ବରଷା ଆସିଲେ ତୁମେ ମନେପଡ

ଭିଜା ଭିଜା ଲାଗେ ମନ l

ବରଷା ସାଙ୍ଗରେ ପାଦ ପାଉଁଜି ମୋ,

ବାଜୁଥାଏ ଝନ୍ ଝନ୍।

ଚାଲ ଆଜି ଆମେ ମେଘ ବରଷାରେ,

ଯିବା ପୁଣି ଭିଜି ଭିଜି l

ଜୀବନ,ମରଣ,ମୋକ୍ଷ ଓ ନିର୍ବାଣ

ସବୁ ଆଜି ଯିବ ହଜି।


Rate this content
Log in

Similar oriya poem from Classics