Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda B Mohapatra

Others

2  

Sunanda B Mohapatra

Others

ବୈଭବ

ବୈଭବ

1 min
6.9K


ତୋ ପାଇଁ ଲେଖିବାକୁ ଶବ୍ଦର ଅଭାବ,

ଏ ବିଶାଳ ପୃଥିବୀ, ଅନନ୍ତ ଆକାଶ ବି

ଛୋଟଲାଗେ ତତେ ବର୍ଣ୍ଣିବାକୁ....

ତୁ'ତ ନିଜେ ଗୋଟେ ଭାଷା କୋଷ,

କେଉଁ ଶବ୍ଦେ ସଜାଇବି,

କେଉଁ ରୂପେ ବୁଝାଇବି,

ହୃଦୟେ ସାଇତା ଯେତେ ମୁଗ୍ଧ ଅନୁଭବ !

ସାଗରୁ ଗଭୀର ତୁ ଯେ

ଆକାଶୁ ଉଦାର,

ଜହ୍ନ ଠୁ ଶୀତଳ ପୁଣି

ଫୁଲ ଠୁ କୋମଳ !

ଜୀବନର ବୀଣା ତାରେ ସଂଗୀତର ଛନ୍ଦ

ପଣତକାନିରେ ମୋ'ର ବିପୁଳ ବୈଭବ !!


Rate this content
Log in